ଆମ୍ବୁଲାନ୍ସ ନମିଳିବାରୁ ପୁଅର ମୃତଦେହକୁ ପାଖରେ ଥିବା ଏକ ବ୍ୟାଗରେ ପୂରାଇ କାନ୍ଦିକାନ୍ଦି ୩କିମି ପର୍ଯ୍ୟନ୍ତ ଚାଲିଚାଲି ଯାଇଥିଲେ ବାପା

ବିହାର: ବିହାରର କାଟିହାର ଜିଲ୍ଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ପୁଅର ମୃତ୍ୟୁ ପରେ ମୃତଦେହ ନେବାକୁ ବାପାଙ୍କୁ ଆମ୍ବୁଲାନ୍ସ ମିଳିଲା ନାହିଁ। ଏପଟେ ପୁଅକୁ ହରାଇ ଭାଙ୍ଗି ପଡ଼ିଥିବା ବେଳେ ବାପାଙ୍କୁ ମୃତଦେହ ନେବାକୁ ଆମ୍ବୁଲାନ୍ସ ନମିଳିବା ଘଟଣା ଅତ୍ୟନ୍ତ ଦୁଃଖଦାୟକ ଥିଲା।

ଶେଷରେ ବାପା କିଛି ଉପାୟ ନପାଇ ପାଖରେ ଥିବା ଏକ ବଡ଼ ବ୍ୟାଗରେ ପୁଅ ମୃତଦେହକୁ ଧରି ବ୍ୟବଚ୍ଛେଦ ପାଇଁ ଖାଲି ପାଦରେ ଚାଲିଚାଲି ପ୍ରାୟ ୩କିଲୋମିଟର ଦୂରରେ ଥିବା ଭାଗଲପୁର ହସ୍ପିଟାଲରେ ପହଞ୍ଚିଥିଲେ ।

ସୂଚନାଯୋଗ୍ୟ, ମୃତକ ହରିଓମ ଯାଦବ ଗତ ୨୬ ତାରିଖରେ ଘରୁ ଟିଣ୍ଟେଙ୍ଗା ଘାଟରୁ ଯାଇଥିଲେ। ତେବେ ସେ ଘରକୁ ନଫେରି କେଉଁଆଡେ ନିଖୋଜ ହୋଇଯାଇଥିଲେ। ପୁଅକୁ ନପାଇ ଗୋପଳପୁର ଥାନାରେ ହରିଓମ ଯାଦବଙ୍କ ପିତା ଲେରୁ ଯାଦବ ଅଭିଯୋଗ କରିଥିଲେ । ଏହି ଅଭିଯୋଗକୁ କେନ୍ଦ୍ର କରି ପୁଲିସ ପୁଅକୁ ଖୋଜାଖୋଜି ଆରମ୍ଭ କରି ଦେଇଥିଲା। ଖେରିଆ ଘାଟରୁ ଜଣେ ନାବାଳକଙ୍କ ମୃତଦେହ ମିଳିବା ପରେ ପୁଲିସ ଲେରୁ ଯାଦବଙ୍କୁ ଖବର ଦେଇଥିଲା।

ଲେରୁ ଯାଦବ ମୃତଦେହର ପୋଷାକ ଦେଖି ନିଜ ପୁଅ ବୋଲି ଚିହ୍ନଟ କରିଥିଲେ। ଏହାପରେ ଶବ ବ୍ୟବଚ୍ଛେଦ ପାଇଁ ଆମ୍ବୁଲାନ୍ସ ଡକେଇବାକୁ ପୁଲିସକୁ କହିଥିଲେ। କିନ୍ତୁ ପୁଲିସ ଆମ୍ବୁଲାନ୍ସ ଡକେଇ ପାରିବେ ନାହିଁ ବୋଲି ରୋକଠୋକ ମନା କରି ଦେଇଥିଲେ।

ଘଟଣାର ଭିଡିଓ ଦେଖାଇବା ପରେ ଏସଡିପିଓ ଅମରକାନ୍ତ ଝା ଦୋଷୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି  ଆଶ୍ବସନା ଦେଇଛନ୍ତି।

 

ସମ୍ବନ୍ଧିତ ଖବର