କାମାରେଡ୍ଡି: ଝିଅର ବିବାହ ଦିନ ଚାଲିଗଲା ବାପାର ଜୀବନ। ସବୁ ରୀତିନୀତି ଶେଷ କରିବା ପରେ ହୃଦଘାତ ଛଡ଼ାଇ ନେଲା ନିଶ୍ବାସ। ତେଲେଙ୍ଗାନାର କାମାରେଡ୍ଡି ଜିଲ୍ଲାରେ ଘଟିଛି ଏଭଳି ହୃଦୟଥରା ଘଟଣା। ମୃତକଙ୍କ ନାମ ହେଲା ବାଲଚନ୍ଦ୍ରମ।
ମିଳିଥିବା ସୂଚନା ମୁତାବକ, ବିକାନୁର ମଣ୍ଡଳର ରାମେଶ୍ୱରପାଲି ଗାଁର ବାସିନ୍ଦା ବାଲଚନ୍ଦ୍ରମ ବିକାନୁରର ବିଟିଏସ ଛକ ନିକଟରେ ଥିବା ଏକ ବିବାହ ହଲରେ ତାଙ୍କ ଝିଅର ବିବାହ ଆୟୋଜନ କରିଥିଲେ। ବିବାହ ରୀତିନୀତି ଅନୁଯାୟୀ, ସେ ତାଙ୍କ ଝିଅର ପାଦ ଧୋଇଥିଲେ। କିନ୍ତୁ କିଛି ସମୟ ପରେ ହଠାତ୍ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିଲା। ପରିବାର ସଦସ୍ୟ ଏବଂ ବିବାହ ମଣ୍ଡପରେ ଉପସ୍ଥିତ ଅନ୍ୟମାନେ ତୁରନ୍ତ ବାଲଚନ୍ଦ୍ରମଙ୍କୁ କାମାରେଡ୍ଡିର ଏକ ହସ୍ପିଟାଲରେ ଭର୍ତ୍ତି କରିଥିଲେ। କିନ୍ତୁ ସେଠାରେ ପହଞ୍ଚିବା ପରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ଏହି ଦୁଃଖଦ ଘଟଣା ପରେ ବିବାହ ଉତ୍ସବରେ ଶୋକର ଛାୟା ଖେଳିଯାଇଥିଲା।
କିଛି ଦିନ ତଳେ ମଧ୍ୟପ୍ରଦେଶର ଶିଓପୁରରେ ମଧ୍ୟ ଏକ ହୃଦୟବିଦାରକ ଘଟଣା ଘଟିଛି। ବିବାହ ପାଇଁ ମଣ୍ଡପକୁ ଘୋଡା ଚଢ଼ି ଆସୁଥିବା ବରର ହଠାତ୍ ହୃଦଘାତ ପାଇଁ ମୃତ୍ୟୁ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/02/22/MNp2oGwZJseWf8O5zReU.jpg)