ସ୍କୁଲରେ ସହପାଠୀଙ୍କୁ ହଇରାଣ କରୁଥିବା ପୁଅକୁ ସୁଧାରିବା ପାଇଁ ଏପରି ବାଟ ଆପଣାଇଲେ ବାପା, ସୋସିଆଲ ମିଡିିଆରେ ଆରମ୍ଭ ହେଲା ଚର୍ଚ୍ଚା

ନୂଆଦିଲ୍ଲୀ : ଆମେରିକାରେ ଜଣେ ବାପା ନିଜ ପୁଅକୁ ବାଟକୁ ଆଣିବା ପାଇଁ ଆପଣାଇଥିବା ଉପାୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିବା ବେଳେ ସମସ୍ତେ ଯୁବକଙ୍କ ଏହି ପ୍ରୟାସକୁ ପ୍ରଶଂସା କରିଥିବା ଦେଖା ଯାଇଛି ।

ସୂଚନା ମୁତାବକ,ଆମେରିକାରେ ରହୁଥିବା ବ୍ରେନ୍‌ ଥୋମ୍‌ହିଲ୍‌ଙ୍କ ପୁଅ ସ୍କୁଲରେ ନିଜ ସହପାଠୀ ଏବଂ କନିଷ୍ଠ ଛାତ୍ର-ଛାତ୍ରୀଙ୍କୁ ହଇରାଣ କରୁଥିଲେ । ଏ ନେଇ ସ୍କୁଲ ପକ୍ଷରୁ ଅଭିଯୋଗ ହେବା ପରେ ବ୍ରେନ୍‌ ନିଜ ପୁଅକୁ ବଦଳାଇବା ପାଇଁ ଏକ ଅଭିନବ ଉପାୟ ବାହାର କରିଥିଲେ । ପ୍ରତିଦିନ ସକାଳୁ ସ୍କୁଲ ବସ୍‌ରେ ତାଙ୍କ ପୁଅ ଯାଉଥିବା ବେଳେ ବ୍ରେନ୍‌ ସ୍କୁଲ ବସ୍‌କୁ ମନା କରିବା ସହ ତାଙ୍କ ପୁଅକୁ ଦୌଡ଼ି ଦୌଡ଼ି ସ୍କୁଲ ଯିବାକୁ କହିଥିଲେ । ପ୍ରତିଦିନ ସକାଳୁ ବ୍ରେନ୍‌ ନିଜ ପୁଅକୁ ନିଜ କାର୍‌ ଆଗେ ଆଗେ ଦୌଡ଼ିବାକୁ କହିଥିଲେ । କିଛି ଦିନ ଏପରି କରିବା ପରେ ତାଙ୍କ ପୁଅର ବ୍ୟବହାର ଘରେ ଏବଂ ସ୍କୁଲରେ ବଦଳି ଯାଇଥିଲା ।

 ବସ୍‌ରେ ଯିବା ପାଇଁ କୁହାଯାଉଥିଲେ ମଧ୍ୟ ସେ ବସ୍‌ରେ ନ ଯାଇ ଚାଲି ଚାଲି ଯିବାକୁ ପସନ୍ଦ କରିବା ଆରମ୍ଭ କରିଥିଲା । ଏପରି ହେବା ଦ୍ୱାରା ତାଙ୍କ ବ୍ୟବହାରରେ ପରିବର୍ତ୍ତନ ଆସିବା ସହ ସେ ଦୌଡ଼ିବାରେ ମାହିର ହୋଇ ଯାଇଥିଲା । ଏହାର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଅପ୍‌ଲୋଡ଼ କରି ନିଜ ପିଲମାନଙ୍କ ସାଙ୍ଗ ହୁଅ । ସେମାନଙ୍କୁ ଭଲ ଖରାପ ବିଷୟରେ ଜଣାଅ ବୋଲି କହିଥିଲେ ବ୍ରେନ୍‌ । ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ଅପ୍‌ଲୋଡ଼ ହେବା ପରେ ବ୍ରେନ୍‌ଙ୍କ ଏହି କାମକୁ ସମସ୍ତେ ପ୍ରଶଂସା କରିବା ଆରମ୍ଭ କରିଛନ୍ତି ।

ସମ୍ବନ୍ଧିତ ଖବର