କମ ପଢୁଆ ଜ୍ୱାଇଁ ହୋଇଥିବାରୁ ନବଦମ୍ପତ୍ତିଙ୍କୁ ହତ୍ୟା କରି ଥାନାରେ ଆତ୍ମସମର୍ପଣ କଲେ ଶ୍ୱଶୁର

ଚେନ୍ନାଇ: ନବ ବିବାହିତ ଦମ୍ପତିଙ୍କୁ ଆଶୀର୍ବାଦ ଦେବା ପରିବର୍ତ୍ତେ ଜଣେ ଶ୍ୱଶୁର ତାଙ୍କ ଝିଅ ଏବଂ ଜ୍ବାଇଁଙ୍କୁ ହତ୍ୟା କରିଛନ୍ତି | ତେବେ କଥା ଏତିକିରେ ସରିନାହିଁ, ବରଂ ଏହା ପରେ ସେ ପୁଲିସ ଷ୍ଟେସନରେ ପହଞ୍ଚି ନିଜର ଅପରାଧ ସ୍ୱୀକାର କରି ଆତ୍ମସମର୍ପଣ କରିଥିଲେ। ତାଙ୍କ କଥା ଶୁଣି ପୁଲିସ୍ କର୍ମଚାରୀଙ୍କ ହୋସ ମଧ୍ୟ ଉଡିଯାଇଥିଲା | କୁହାଯାଉଛି ଯେ ଜ୍ୱାଇଁ ଜଣକ କମ ପାଠ ପଢ଼ିଥିବାରୁ ଶ୍ୱଶୁର ଜଣକ କ୍ରୋଧିତ ଥିଲେ | ଆଉ ଏହି କାରଣରୁ ସେ ଜ୍ୱାଇଁଙ୍କୁ ହତ୍ୟା କରିଥିଲେ | ଏହି ସମ୍ବେଦନଶୀଳ ଘଟଣା ତାମିଲନାଡୁର ତୁତିକୋରିନର ବୋଲି କୁହାଯାଉଛି। ପୁଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ, ରେଖା(ଛଦ୍ମନାମ) ନାମକ ଯୁବତୀ ତାଙ୍କ ପ୍ରେମିକ ଯୁଗଳଙ୍କୁ ବିବାହ କରିବା ପାଇଁ ଘରୁ ଚାଲିଆସିଥିଲେ |

ଆଉ ରେଖା ଯିବା ପରେ ତାଙ୍କ ପରିବାର ପକ୍ଷରୁ ଏକ ନିଖୋଜ ଅଭିଯୋଗ ହୋଇଥିଲା। ଏହା ପରେ ଉଭୟ ରେଖା ଓ ଯୁଗଳ ମଦୁରାଇରେ ବିବାହ କରି ପୁଲିସ ସମ୍ମୁଖରେ ହାଜର ହୋଇ କହିଥିଲେ ଯେ ସେମାନେ ଉଭୟ ପ୍ରାପ୍ତବୟସ୍କ ହୋଇଥିବାବେଳେ ନିଜ ଇଚ୍ଛାରେ ବିବାହ କରିଛନ୍ତି। ଏହି ନବବିବାହିତ ଦମ୍ପତ୍ତି ରେଖାଙ୍କ ପିତାମାତାଙ୍କ ସହିତ ଭିଡିଓ କଲ୍ ରେ କଥା ହୋଇଥିଲେ | କିନ୍ତୁ ରେଖାଙ୍କ ବାପା ରାଗିଯାଇ ମନେ ମନେ ଏକ ଯୋଜନା ପ୍ରସ୍ତୁତ କରିଥିଲେ।

ପୁଲିସ ଅଧିକାରୀଙ୍କ କହିବାନୁସାରେ, ଏହି ଦମ୍ପତ୍ତିଙ୍କୁ ହତ୍ୟା କରିବା ପାଇଁ ରେଖାଙ୍କ ବାପା ସେମାନଙ୍କ ଭଡା ଘରେ ପହଞ୍ଚିଥିଲେ | ଦୁହିଁଙ୍କୁ ହତ୍ୟା କରିବା ପରେ ରେଖାଙ୍କ ବାପା ପୁଲିସ ଷ୍ଟେସନରେ ପହଞ୍ଚି ନିଜର ଅପରାଧ ସ୍ୱୀକାର କରି ଆତ୍ମସମର୍ପଣ କରିଥିଲେ। ସୂଚନା ମୁତାବକ ଯୁବତୀ ଜଣକ କଲେଜରେ ପାଠ ପଢୁଥିବାବେଳେ ତାଙ୍କ ପ୍ରେମିକ ଦଶମ ପରେ ଆଉ ପଢିନଥିଲେ | ଆଉ ଏହି କଥାକୁ ନେଇ ଶ୍ୱଶୁର ଉଭୟ ଝିଅ ଓ ଜ୍ୱାଇଁଙ୍କୁ ହତ୍ୟା କରିଥିଲେ |

ସମ୍ବନ୍ଧିତ ଖବର