ବରେଲି: ବାରମ୍ବାର ଜଣେ ମହିଳାଙ୍କୁ ତଲାକ୍ ଦେବା ଓ ପୁଣି ବିବାହ କରିବା ପାଇଁ ନିକାହ ହଲାଲ ଆଳରେ ଶ୍ୱଶୁର, ଦିଅର ଶରିରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରିବା ନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି। ମହିଳାଙ୍କ ଶ୍ୱଶୁରଙ୍କ ସହିତ ଏହି କାର୍ଯ୍ୟରେ ସମ୍ପୃକ୍ତ ସମସ୍ତଙ୍କୁ ନାମରେ ପୁଲିସ ଦୁଷ୍କର୍ମ ମାମଲା ରୁଜୁ କରିଛି। ପ୍ରଥମ ଥର ପାଇଁ ଏପରି ଏକ ମାମଲା ରୁଜୁ ହୋଇଥିବାରୁ ଏହାକୁ ନେଇ ମୁସଲମାନ ସମ୍ପ୍ରଦାୟ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ପୁଲିସର ହୋଇଥିବା ଅଭିଯୋଗ ଅନୁଯାୟୀ, ଗତ ୨୦୦୯ ମସିହାରେ ପୀଡ଼ିତାଙ୍କର ଉତ୍ତରପଅଦେଶର ପ୍ରେମନଗର ଥାନା ଅନ୍ତର୍ଗତ ସୁର୍କା ରାଜ ଚୌକରେ ରହୁଥିବା ଜଣେ ଡ୍ରାଇଭରଙ୍କ ସହିତ ବିବାହ ହୋଇଥିଲା।ତେବେ ମାତ୍ର ଦୁଇ ବର୍ଷ ମଧ୍ୟରେ ତାଙ୍କର କୌଣସି ସନ୍ତାନସନ୍ତତି ନ ହେବାରୁ ତାଙ୍କୁ ଶାଉଘର ଲୋକେ ଦୁର୍ବ୍ୟବହାର ଦେଖାଇଥିିଲେ। ଏପରିକି ବିବାହର ଦୁଇବର୍ଷ ନ ପୁରୁଣୁ ଗତ ୨୦୧୧ ମସିହା ଫେବ୍ରୁଆରି ୧୫ ତାରିଖ ଦିନ ତାଙ୍କୁ ତାଙ୍କ ସ୍ୱାମୀ ପରିବାର ଲୋକଙ୍କ ସମ୍ମୁଖରେ ତିନି ତଲାକ ଦେଇଥିଲେ। ତେବେ ସେ ତାଙ୍କ ସ୍ୱାମୀଙ୍କୁ ସେ କୁଆଡେ ଯିବେ ବୋଲି କହିବାରୁ ତାଙ୍କ ସ୍ୱାମୀ ତାଙ୍କ ବାପାଙ୍କ ସହିତ ନିକାହ ହଲାଲ କରିବାକୁ କହିଥିଲେ। ମାତ୍ର ସେ ଏହାକୁ ମନା କରିବାରୁ ପରିବାର ଲୋକେ ତାଙ୍କୁ ଖାଇବାକୁ ନ ଦେଇ ମାଡ଼ ମାରିଥିଲେ। ଏପରିକି ତାଙ୍କୁ ନିଶା ଇଞ୍ଜେକସନ୍ ଦେଇ ୨୦୧୧ ମସିହା ଜୁଲାଇ ୧ ତାରିଖ ଦିନ ତାଙ୍କ ଶ୍ୱଶୁରଙ୍କ ସହିତ ବିବାହ କରି ଦେଇଥିଲେ। ଶ୍ୱଶୁର ତାଙ୍କୁ ୧୦ ଦିନ ମଧ୍ୟରେ ବାରମ୍ବାର ଦୁଷ୍କର୍ମ କରିବା ପରେ ତାଙ୍କୁ ପୁଣି ତିନି ତଲାକ ଦେଇଥିଲେ। ଏହି ଘଟଣା ପରେ ୨୦୧୧ ମସିହା ନଭେମ୍ବର ମାସରେ ସେ ପୁଣି ତାଙ୍କ ସ୍ୱାମୀଙ୍କୁ ବିବାହ କରିଥିଲେ। ମାତ୍ର ତାଙ୍କ ସ୍ୱାମୀ ବିଭିନ୍ନ କଥାରେ ତାଙ୍କୁ ବାରମ୍ବାର ମାଡ଼ ମାରୁଥିଲେ ଓ ଶ୍ୱଶୁର ତାଙ୍କୁ ବାରମ୍ବାର ଦୁଷ୍କର୍ମ କରୁଥିଲେ। ଏହି ଯନ୍ତ୍ରଣାଦାୟକ ଜୀବନ କାଟୁଥିବା ବେଳେ ୨୦୧୭ ମସିହା ଜାନୁଆରି ୪ ତାରିଖ ଦିନ ତାଙ୍କୁ ପୁଣି ଥରେ ତାଙ୍କ ସ୍ୱାମୀ ତିନି ତଲାକ୍ ଦେଇଥିଲେ। ପରେ ତାଙ୍କୁ ତାଙ୍କ ଦିଅରଙ୍କ ସହିତ ନିକାହ ହଲାଲ କରିବାକୁ ତାଙ୍କ ସ୍ୱାମୀ, ଶ୍ୱଶୁୁର ବାଧ୍ୟ କରିଥିଲେ। ମାତ୍ର ଏଥିରେ ସେ ରାଜି ନ ହେବାରୁ ତାଙ୍କୁ ତାଙ୍କ ସ୍ୱାମୀ ଗୋଟିଏ ଘରେ ବନ୍ଦ କରି ରଖିବା ସହିତ ଖାଇବାକୁ ପିଇବାକୁ ଦେଇ ନ ଥିଲେ। ପରେ ତାଙ୍କ ମା ଓ ଭଉଣୀ ତାଙ୍କୁ ଏହି ବନ୍ଦକୋଠରୀରୁ ଉଦ୍ଧାର କରିଥିଲେ।ଏ ସମ୍ପର୍କରେ କିଲ୍ଲା ଥାନା ଅଧିକାରୀ କେ କେ ବର୍ମା କହିଛନ୍ତି ଯେ ଏ ମହିଳାଙ୍କ ଅଭିଯୋଗ ଉପରେ ଶାଶୁଘରର ୭ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଶ୍ୱଶୁରଙ୍କ ନାମରେ ଦୁଷ୍କର୍ମ ଓ ସ୍ୱାମୀଙ୍କ ନାମରେ ଅପ୍ରାକୃତିକ ଯୌନକ୍ରିୟାର ବିଭିନ୍ନ ଧାରାରେ ମାମଲା ରୁଜୁ କରାଯାଇଛି।
ନିକାହହଲାଲ ଆଳରେ ଶ୍ୱଶୁର କଲେ ଦୁଷ୍କର୍ମ, ଥାନାରେ ସ୍ୱାମୀ, ଶ୍ୱଶୁରଙ୍କ ନାମରେ ମାମଲା
/sambad/media/post_attachments/wp-content/uploads/2018/07/Burka.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)