ନୂଆଦିଲ୍ଲୀ: ଗତ ସୋମବାର ଦିନ ଉଭୟ ସିରିୟା ଓ ତୁର୍କୀରେ ଭୟାବହ ଭୂମିକମ୍ପ ହୋଇଥିଲା। ଏଥିରେ ଅନେକ ପରିବାର ସମେତ ପଶୁପକ୍ଷୀଙ୍କ ଜୀବନ ଚାଲି ଯାଇଛି। ଏହି କ୍ରମରେ ପ୍ରତିଦିନ ସିରିୟା ଓ ତୁର୍କୀରୁ ହୃଦୟବିଦାରକ ଫଟୋ ଓ ଭିଡିଓ ସାମ୍ନାକୁ ଆସୁଛି।
ଯାହାକୁ ଦେଖିଲେ ମୁଖରୁ ବାହାରି ପଡ଼ୁଛି,‘ ହେ ଭଗବାନ ଏମିତି କାହିଁକି ହେଲା। ଯେଉଁମାନେ ଆଖି ସାମ୍ନାରେ ନିଜ ଆତ୍ମୀୟଙ୍କୁ ହରାଇଥିବେ ସେମାନଙ୍କ ଉପରେ କ’ଣ ବିତୁଥିବ। ଏସବୁ ସହିବାକୁ ସେମାନଙ୍କୁ ଶକ୍ତ ଦିଅନ୍ତୁ ଭଗବାନ।’
ଏହି କ୍ରମରେ ଜଣେ ବାପା ନିଜ ସନ୍ତାନକୁ ଭୂମିକମ୍ପରେ ହରାଇ ଦେଇଛନ୍ତି। ଏହି ଘଟଣାର ଏକ ଫଟୋ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି। ଯେଉଁଥିରେ ଜଣେ ବାପା ନିଜ ମୃତ ଝିଅର ହାତ ଧରି ନିଜ ଭାଗ୍ୟକୁ ନେଇ ଭୋଭୋ ହୋଇ କାନ୍ଦୁଥିବା ଦେଖିବାକୁ ମିଳୁଛି।
He doesn’t want to let go of her Daughter’s hand 💔 pic.twitter.com/p2n1423oEN
— Nilofar Ayoubi (@NilofarAyoubi) February 7, 2023
ଭାଇରାଲ ହେଉଥିବା ଏହି ଫଟୋ ତୁର୍କୀର ରହିଛି। ଭୂମିକମ୍ପରେ ଧ୍ବଂସସ୍ତୂପ ଭିତରେ ଚାପି ହୋଇ ଜଣେ ଶିଶୁର ମୃତ୍ୟ ହୋଇଯାଇଛି। ଆଉ ଧ୍ବଂସସ୍ତୂପ ଭିତରେ ହାତ ପୁରାଇ ବାପା ନିଜ ମୃତ ଝିଅର ହାତ ଧରି ବସିଛନ୍ତି। କେତେବେଳେ ତାଙ୍କ ଝିଅର ମୃତଦେହ ଏହି ଧ୍ବଂସସ୍ତୂପ ଭିତରୁ ବାହାରିବ ସେ ଅପେକ୍ଷା କରିଛନ୍ତି। ଏବେ ବି ବହୁ ସଂଖ୍ୟାରେ ଲୋକେ ଧ୍ବଂସସ୍ତୂପ ଭିତରେ ଚାପି ହୋଇ ରହିଥିବା ଖବର ମିଳିଛି।
ଏହି ଘଟଣାର ଦୃଶ୍ୟ ଦେଖିବା ପରେ ଉକ୍ତ ପିତାଙ୍କ ଉପରେ କ’ଣ ଯେ ବିତୁଥିବ ତାହା ସ୍ପଷ୍ଟ ଭାବେ ଅନୁମାନ କରାଯାଇ ପାରୁଛି। ଏହି ଫଟୋ ଦେଖିବା ପରେ ସମସ୍ତେ କହୁଛନ୍ତି, ‘ହେ ଭଗବାନ ଏମିତି ଦୁଃଖ କୌଣସି ବାପାଙ୍କ ଜୀବନରେ ନଆସୁ।’