ଏନଜିଓରେ କାମ କରିବାଲାଗି ଯାଇଥିବା ପୁଅ ଏବେ ଆତଙ୍କବାଦୀ, ଫେରାଇ ଆଣିବାକୁ ମୋଦୀ ସରକାରଙ୍କୁ ନିବେଦନ କଲେ ବାପା

ଶ୍ରୀନଗର: ଜମ୍ମୁ କଶ୍ମୀରର ଜଣେ ବ୍ୟକ୍ତି ନିଜର ପୁଅକୁ ଫେରାଇ ଆଣିବାକୁ ମୋଦୀ ସରକାରଙ୍କୁ ନିବେଦନ କରିଛନ୍ତି । ନିବେଦନ ପତ୍ରରେ ଉକ୍ତ ବ୍ୟକ୍ତି କାରଣ ଦର୍ଶାଇ ନିଜର ଚିଠିରେ ଲେଖିଛନ୍ତି ଯେ ତାଙ୍କର ପୁଅ ଆତଙ୍କବାଦୀ ସଂଗଠନ ‘ଆଇଏସଆଇଏସ’ରେ କାମ କରେ ଏବଂ ସେ ଏବେ ସିରିୟାରେ ଅବସ୍ଥାପିତ । ସିରିଆରେ ଥିବା ଆମେରିକାର ସେନାମାନଙ୍କ ଦ୍ୱାରା କଶ୍ମୀରର ଯୁବକ ଅଟକ ଥିବା ସେ କହିଛନ୍ତି ।ଅପରପକ୍ଷରେ ପୁଲିସ ଅଧିକାରୀ କହିଛନ୍ତି ଯେ, କଶ୍ମୀର ନିବାସୀ ଆଦିଲ ଅହମଦ ଅଷ୍ଟ୍ରେଲିଆର କୁଇନ୍ସଲାଣ୍ଡରେ ଏମବିଏ କୋର୍ସ କରିଛି । ସେ ଚଳିତ ବର୍ଷ ଆରମ୍ଭରେ ସିରିଆରେ ଆଇଏସଆଇଏସର ଅନ୍ୟ ସଦସ୍ୟଙ୍କ ସହିତ ଆମେରିକା ସହଯୋଗୀ ବଳ ଦ୍ୱାରା ଧରାପଡ଼ିଥିଲା । ଏହା ପରେ ସେ ଆତ୍ମସମର୍ପଣ କରିଥିଲା ।

ଏକ ଏନଜିଓରେ କାମ କରିବାଲାଗି ଅହମଦ ଗତ ୨୦୧୩ରେ ସିରିଆ ଯାଇଥିଲା ବୋଲି ତାଙ୍କର ପିତା ଫୟାଜ ଅହମଦ ସୂଚନା ଦେଇଛନ୍ତି। ଫୟାଜ ଜଣେ ଠିକାଦାର ଭାବେ କାମ କରନ୍ତି । ସେ କିନ୍ତୁ ବି ବିଶ୍ୱାସ କରିପାରୁ ନାହାନ୍ତି ଯେ, ତାଙ୍କର ପୁଅ ଆତଙ୍କବାଦୀ ସଂଗଠନରେ ସାମିଲ ହୋଇଛି । ସେ ନିଜର ପୁଅକୁ ଫେରାଇ ଆଣିବା ପାଇଁ ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ଯାଉଛନ୍ତି ,କିନ୍ତୁ ସଫଳତା ପାଉ ନାହାନ୍ତି ।

ପୁଲିସକୁ ମଧ୍ୟ ପୁଅକୁ ଉଦ୍ଧାର କାମରେ ସହାୟତା କରିବାକୁ ନିବେଦନ କରିଛନ୍ତି । ଫୟାଜ ଅହମଦଙ୍କ ଆବେଦନକୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ଦିଲ୍ଲୀସ୍ଥିତ କେନ୍ଦ୍ରୀୟ ସୁରକ୍ଷା ସଂସ୍ଥାନ ନିକଟକୁ ପଠାଇ ଦିଆଯାଇଛି ବୋଲି ଜଣେ ବରିଷ୍ଠ ପୁଲିସ୍ ଅଧିକାରୀ କହିଛନ୍ତି ।

ସମ୍ବନ୍ଧିତ ଖବର