ଭିଜି ସିଦ୍ଧାର୍ଥଙ୍କ ପିତା ଗଙ୍ଗୈୟା ହେଗଡେଙ୍କ ପରଲୋକ, ନିଜ ପୁତ୍ର ଆତ୍ମହତ୍ୟା କରିଥିବା ଶେଷ ପର୍ଯ୍ୟନ୍ତ ଜାଣିନଥିଲେ

ବାଙ୍ଗାଲୁରୁ : ଗତ ଜୁଲାଇ ମାସରେ ଆତ୍ମହତ୍ୟା କରିଥିବା କ୍ୟାଫେ କଫି ଡେ’ର ପ୍ରତିଷ୍ଠାତା ଭି.ଜି.ସିଦ୍ଧାର୍ଥଙ୍କ ପିତା ଗଙ୍ଗୈୟା ହେଗଡେଙ୍କ ପରଲୋକ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୯୬ ବର୍ଷ ହୋଇଥିଲା । ବୟସାଧିକ ଜନିତ ଅସୁସ୍ଥତା କାରଣରୁ ଗତ ଜୁଲାଇ ୨ୟ ସପ୍ତାହରେ ତାଙ୍କୁ ବାଙ୍ଗାଲୁରୁର ଏକ ହସପିଟାଲରେ ଭର୍ତ୍ତି କରାଯାଇଥିଲା ।

ଆତ୍ମହତ୍ୟା କରିବା ପୂର୍ବରୁ ତାଙ୍କ ପୁଅ ସିଦ୍ଧାର୍ଥ ମଧ୍ୟ ତାଙ୍କୁ ଡାକ୍ତରଖାନାରେ ଦେଖିବାକୁ ଯାଇଥିଲେ ଓ ପିତାଙ୍କ ଅସୁସ୍ଥତା ଦେଖି ସେ କାନ୍ଦିପକାଇଥିଲେ । ତେବେ ସିଦ୍ଧାର୍ଥଙ୍କ ଆତ୍ମହତ୍ୟା ଖବର ହେଗଡେଙ୍କୁ ଜଣାଯାଇନଥିଲା । ମୃତ୍ୟୁପର୍ଯ୍ୟନ୍ତ ପର୍ଯ୍ୟନ୍ତ ସେ ନିଜ ପୁତ୍ର ବଞ୍ଚିଛି ବୋଲି ଭାବୁଥିଲେ ।

ଗଙ୍ଗୈୟା ହେଗଡେ କର୍ଣ୍ଣାଟକର ଜଣେ ଧନୀ କଫି ବ୍ୟବସାୟୀ ଭାବେ ଜଣାଶୁଣା ଥିଲେ ଓ ଚିକମାଗାଲୁର ଜିଲ୍ଲାରେ ତାଙ୍କୁ ଲୋକମାନେ ବେଶ ସମ୍ମାନ କରୁଥିଲେ । ଜି.ଭି. ସିଦ୍ଧାର୍ଥ ଗତ ଜୁଲାଇ ୨୯ ତାରିଖରେ ନିଖୋଜ ହୋଇଯାଇଥିଲେ ଓ ଜୁଲାଇ ୩୧ରେ ତାଙ୍କର ମୃତଦେହ ନେତ୍ରବତୀ ନଦୀରୁ ମିଳିଥିଲା ।

ସମ୍ବନ୍ଧିତ ଖବର