ଭୋପାଳ: ମଧ୍ୟପ୍ରଦେଶର ବଡଓ୍ବାନି ଜିଲ୍ଲାରେ ଏକ ଅଦ୍ଭୁତ ଶିଶୁକନ୍ୟା ଜନ୍ମ ହୋଇଛି। ଏହି ଶିଶୁକନ୍ୟାର ଦୁଇଟି ହାତ ନଥିବା ଜଣାପଡ଼ିଛି। ତେବେ ଜନ୍ମପରେ ମା’ ଓ ଶିଶୁ ଉଭୟ ସୁସ୍ଥ ଅଛନ୍ତି। ଶିଶୁର ଓଜନ ୨ କିଲୋ ୯୦୦ଗ୍ରାମ୍ ରହିଛି ବୋଲି ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ।
ତେବେ ହାତ ନଥାଇ ଜନ୍ମ ନେଇଥିବା ଶିଶୁକୁ ଦେଖି ଲୋକେ ବଂଶାନୁକ୍ରମ କିମ୍ବା ପ୍ରସବ ସମୟରେ ସଂକ୍ରମଣ ଯୋଗୁଁ ଏଭଳି ହୋଇଥାଇପାରେ ବୋଲି କହୁଛନ୍ତି। ତେବେ ଏଭଳି ଶିଶୁ ଜନ୍ମ ହେବା ପରେ ପରିବାର ଲୋକେ ପ୍ରଥମେ କାନ୍ଦି ଥିଲେ, ପରେ ମନକୁ ବୁଝାଇ ଛୁଆଟି ଦେଇଥିବାରୁ ଭଗବାନଙ୍କୁ ଧନ୍ୟବାଦ ଜଣାଇଥିଲେ।
/sambad/media/post_attachments/fac2d57ef93fd2706ca3e8024a33e47312b92dbf9424faa1e09d6f7ca4eb94dd.jpg)
ସୂଚନାଯୋଗ୍ୟ, ଡିସେମ୍ବର ୧ରେ ପଲସୁଦ ନିକଟ ଉପଲା ସ୍ବାସ୍ଥ୍ୟ କେନ୍ଦ୍ରରେ ନିତେଶଙ୍କ ସ୍ତ୍ରୀ ଏକ ଶିଶୁକନ୍ୟାଙ୍କୁ ଜନ୍ମ ଦେଇଥିଲେ। ଜନ୍ମ ହେବା ପରେ ଶିଶୁଟିର ହାତ ନ ଥିବା ଜଣାପଡ଼ିଥିଲା। ଉକ୍ତ ଶିଶୁକୁ ଦେଖିବା ପାଇଁ ଘରେ ଲୋକଙ୍କ ଭିଡ ଜମୁଛି ବୋଲି ଶିଶୁର ବାପା ନିତେଶ କହିଛନ୍ତି।
ନବଜାତ ଶିଶୁର ବାପା ନିତେଶ କହିଛନ୍ତି, ଭଗବାନ ଯାହା ଦେଇଛନ୍ତି, ସେଥିରେ ଆମେ ଖୁସି। ଘରକୁ ମା’ ଲକ୍ଷ୍ମୀ ଆସିଛନ୍ତି । ଏଭଳି ମାମଲା ଲକ୍ଷରେ ଗୋଟିଏ ଆସିଥାଏ ବୋଲି ଡାକ୍ତର ସୁନୀଲ ସୋଲାଙ୍କି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/Father-With-Newborn-Baby_Thumbnail.jpg)