ଚେନ୍ନାଇ: ଚାମିଲନାଡୁର ଥୁଠୁକୁଡି଼ ଜିଲ୍ଲା ଅନ୍ତର୍ଗତ ଶାନ୍ତାକୂଳମ୍ ଥାନା ଭିତରେ ପୁଲିସ ମାଡ଼ରେ ବାପ–ପୁଅଙ୍କ ମୃତ୍ୟୁ ଘଟଣାରେ ଗିରଫ ହୋଇଥିବା ୫ ଜଣ ପୁଲିସ କର୍ମଚାରୀଙ୍କୁ ଶନିବାର ଅପରାହ୍ଣରେ ପେରୁରାନି ଜେଲ୍ ଭିତରେ କଏଦୀମାନେ ମିଶି ଧୁମ୍ ପିଟିଛନ୍ତିା ସୂଚନା ଥାଉ କି, ଗତ ୧୯ ତାରିଖରେ କୋଭିଡ୍ ପାଇଁ ଥୁଠୁକୁଡି଼ ଜିଲ୍ଲା ସଟ୍ ଡାଉନ୍ ଥିବା ବେଳେ ଜୟରାଜ ପି ଏବଂ ତାଙ୍କ ପୁଅ ବେନିକ୍ସ ଜେ ନିଜର ମୋବାଇଲ ଦୋକାନ ଖୋଲିଥିଲେ। ପରେ ପୁଲିସ ବାପ–ପୁଅଙ୍କୁ ଗିରଫ କରି ଶାନ୍ତାକୂଳମ୍ ଥାନାକୁ ନେଇ ସାରା ରାତି ସେମାନଙ୍କୁ ଅକଥନୀୟ ଶାରୀରିକ ନିର୍ଯାତନା ଦେଇଥିଲାା ଏଥିରେ ଭୀଷଣ ଆହତ ହୋଇ ଜୟରାଜ–ବେନିକ୍ସ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ସେଠାରେ ସେମାନଙ୍କର ମୃତ୍ୟୁ ଘଟିଥିଲାା

Advertisment

ଘଟଣାର ବିଚାର ବିଭାଗୀୟ ତଦନ୍ତରେ ପୁଲିସକୁ ଏଥିପାଇଁ ଅଭିଯୁକ୍ତ କରାଯିବା ସହ ଥାନାବାବୁ ଇନ୍ସପେକ୍ଟର ଶ୍ରୀଧରଙ୍କ ସମେତ ୫ ଜଣ ପୁଲିସ କର୍ମଚାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ପାଇଁ ସୁପାରିସ କରାଯାଇଥିଲ। ତେବେ ରାଜ୍ୟରେ ଚାଂଚଲ୍ୟ ଖେଳାଇ ଦେଇଥିବା ଏହି ପୁଲିସ ନିର୍ଯାତନା ମାମଲା ସମ୍ପର୍କରେ କାଗାଗାରର ଅନ୍ତେବାସୀମାନେ ମଧ୍ୟ ଅବଗତ ଥିଲୋ ପୁଲିସ ବିରୋଧରେ ସେମାନେ ମନେ ମନେ ରକ୍ତ ଚାଉଳ ଚୋବାଉ ଥିବା ବେଳେ ଏହି ଘଟଣାରେ ଗିରଫ ହୋଇ ସ୍ଥାନୀୟ ପେରୁନାରି ଜେଲ୍କୁ ଆସିଥିବା ଏହି ପୁଲିସ କର୍ମଚାରୀମାନେ ଶନିବାର ଅପରାହ୍ଣରେ କଏଦୀମାନଙ୍କ ହାବୁଡ଼ରେ ପଡି଼ଥିଲେ। ନିରୀହ ବାପ–ପୁଅଙ୍କୁ ସେମାନେ ମାଡ଼ମାରି ଲହୁଲୁହାଣ କରିବା ସମ୍ପର୍କରେ କଏଦୀମାନେ ପ୍ରଶ୍ନ କରି ସେମାନଙ୍କୁ ପ୍ରଥମେ ଅସ୍ତବ୍ୟସ୍ତ କରିଦେଇଥିଲେ। ପରେ ସଂଘବଦ୍ଧ ଭାବେ ୫ ଜଣ ପୁଲିସ କର୍ମଚାରୀଙ୍କୁ ଆକ୍ରମଣ କରିଥିଲୋ