ପୁଡ୍ଡୁଚେରୀ: ଗୁରୁବାର ଦିନ ପୁଡ୍ଡୁଚେରୀ-ବିଲୁପୁରମ୍ ସୀମାନ୍ତ ନିକଟରେ ସ୍କୁଟର୍ରେ ନେଇ ଯାଉଥିବା ବାଣ ଫୁଟିବାରୁ ଜଣେ ବ୍ୟକ୍ତି ଓ ତାଙ୍କର ପୁଅ ପୋଡ଼ିହୋଇ ମୃତ୍ୟୁବରଣ କରିଛନ୍ତି।
ଅଘଟଣ ଘଟିବା ସମୟରେ ବାପା କଲାଇନାସନ୍ ଏବଂ ତାଙ୍କ ୭ବର୍ଷିୟ ପୁଅ ପ୍ରଦୀପ ବିଲୁପୁରମ୍ ଜିଲ୍ଲା ଅନ୍ତର୍ଗତ କୋଟ୍ଟାପୁରମ୍ ଇଷ୍ଟ୍ କୋଷ୍ଟ୍ ରୋଡ୍ରେ କୂନିମେଡୁ ଗାଁକୁ ଯାଉଥିଲେ।
ଦୁଇ ବ୍ୟାଗ୍ ହାତ ତିଆରି ଦେଶୀୟ ବାଣ ଗୋଛା ନେଇ ଦୁହେଁ ସ୍କୁଟର୍ ଚଢ଼ି ଯାଉଥିବା ବେଳେ ତାହା ଫୁଟି ନିଆଁ ଲାଗିଯିବାରୁ ଘଟଣାସ୍ଥଳରେ ଦୁହିଁଙ୍କର ମୃତ୍ୟୁ ଘଟିଥିଲା। ଉକ୍ତ ଅଘଟଣର ଭିଡିଓ ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଥିବା କୁହାଯାଉଛି।
/sambad/media/post_attachments/wp-content/uploads/2021/11/cracker.jpg) Image Courtesy of The News Minute
 Image Courtesy of The News Minute‘ସିସିଟିଭି ଫୁଟେଜ୍’ରେ ଦେଖାଯାଉଛି କଲାଇନାସନ୍ ସ୍କୁଟର ଚଳାଉଥିବା ବେଳେ ସ୍କୁଟର୍ ସାମ୍ନା ପାଖରେ ରଖାଯାଇଥିବା ବାଣ ଗୋଛା ଉପରେ ପୁଅ ପ୍ରଦୀପ ବସିଛି। ପରେ ପରେ ଦ୍ରୁତ ବେଗରେ ଗତି କରୁଥିବା ସ୍କୁଟର୍ଟି ହଠାତ୍ ବିସ୍ଫୋରଣ ଯୋଗୁଁ ଫାଟି ଯାଉଛି ଏବଂ ଘଟଣାସ୍ଥଳରେ ବାପ ଓ ପୁଅଙ୍କର ମୃତ୍ୟୁ ଘଟୁଛି।
ଏହି ଅଘଟଣରେ ଅନ୍ୟ ୩ଜଣ ବ୍ୟକ୍ତି ମଧ୍ୟ ଆହତ ହୋଇଛନ୍ତି। ଚିକିତ୍ସା ନିମନ୍ତେ ସେମାନଙ୍କୁ ପୁଡ୍ଡୁଚେରୀସ୍ଥିତ ‘ଜବାହରଲାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ପୋଷ୍ଟ୍ଗ୍ରାଜୁଏଟ୍ ମେଡିକାଲ୍ ଏଜୁକେସନ୍ ଆଣ୍ଡ୍ ରିସର୍ଚ’କୁ (ଜେଆଇପିଏମ୍ଇଆର୍) ନିଆଯାଇଥିଲା।
ଘଟଣା ପରେ ପରେ ବିଲୁପୁରମ୍ ଜିଲ୍ଲା ‘ଡିଆଇଜି’ ପାଣ୍ଡିଆନ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ମାମଲା ରୁଜୁ ହୋଇ ଘଟଣା ସଂକ୍ରାନ୍ତରେ ତଦନ୍ତ ଚାଲିଥିବା କଥା ପୁଲିସ କହିଛି।
ସ୍କୁଟର୍ ଚାଲିବା ଜନିତ ଉତ୍ତାପ ଓ ଘର୍ଷଣ ଯୋଗୁଁ ବାଣ ଫୁଟିଥିବା ଅନୁମାନ କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/banger-blast.jpg)
