ଝିଅ ପଢିବାକୁ ଚାହିଁବାରୁ ଛୁରୀରେ ଭୁସି ହତ୍ୟା ଉଦ୍ୟମ କଲା ବାପା

ସାହାଜାହାନପୁର: ଉତ୍ତରପ୍ରଦେଶର ସାହାଜାହାନପୁରରେ ଜଣେ ବାପା ତାହାର ଝିଅକୁ ଛୁରୀରେ ଭୁସି ହତ୍ୟା କରିବାକୁ ଉଦ୍ୟମ କରିଛି | ଝିଅଟି ଅଧିକ ପାଠ ପଢିବାକୁ ଚାହିଁବାରୁ ଅଭିଯୁକ୍ତ ଜଣକ ଝିଅକୁ ହତ୍ୟା କରିବାକୁ ଉଦ୍ୟମ କରିଥିଲା | ମିଳିଥିବା ସୂଚନା ମୁତାବକ ଝିଅଟିର ବିବାହ କରିବାକୁ ତା ବାପା ଚାହିଁଥିଲେ | ଏଥିରେ ରାଜି ହୋଇନଥିଲା ଝିଅ |

Verywell Mind

ନିଜ ପାଠପଢାକୁ ଅଧାରୁ ଛାଡି ବାହା ହେବାକୁ ରାଜି ହୋଇନଥିଲା ଝିଅ | ଏଥିରେ ଉତକ୍ଷିପ୍ତ ହୋଇଯାଇଥିଲା ଅଭିଯୁକ୍ତ ବାପା | ନିଜ ଝିଅକୁ ପ୍ରଥମେ ଛୁରୀ ଭୁସି ହତ୍ୟା କରିବାକୁ ଉଦ୍ୟମ କରିଥିଲା | ଏହାପରେ ଗୁରୁତର ଆହତ ଝିଅଟିକୁ କେନାଲରେ ଫିଙ୍ଗିଦେଇଥିଲା | ତେବେ ସ୍ଥାନୀୟ ଲୋକ ଝିଅଟିକୁ ଉଦ୍ଧାର କରି ପୁଲିସକୁ ଖବର ଦେଇଥିଲେ | ପୁଲିସ ବର୍ତ୍ତମାନ ଘଟଣାର ତଦନ୍ତ କରୁଛି |

ସମ୍ବନ୍ଧିତ ଖବର