ଝିଅର ଶବ କାନ୍ଧରେ ବୋହି ବାପା ୧୦ କିମି ଚାଲି ଘରକୁ ଗଲେ

ଅମ୍ବିକାପୁର: ଛତିଶଗଡ଼ ସୁର୍ଗୁଜା ଜିଲ୍ଲାର ‌ଜଣେ ଲୋକ ୭ ବର୍ଷ ଝିଅର ଶବକୁ ୧୦ କିମି ବୋହି ଘରକୁ ଆଣିବାର ଭିଡିଓ ଭାଇରାଲ ହେବା ପରେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଟିଏସ୍ ସିଂହଦେଓ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅନୁସାରେ ସୁରେଖା ନାମ୍ନୀ ଝିଅଟି ଲଖନପୁର ଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଶୁକ୍ରବାର ମୃତ୍ୟୁବରଣ କରିଥିଲା। ଶବବୁହା ଗାଡ଼ି ଆସିବା ପୂର୍ବରୁ ତା’ର ବାପା ଈଶ୍ବର ଦାସ ଶବକୁ କାନ୍ଧରେ ବୋହି ୧୦ କିମି ଦୂର ନିଜ ଗାଁ ଆମଦଳାକୁ ନେଇଯାଇଥିଲେ। ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ମନ୍ତ୍ରୀ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

 

ସମ୍ବନ୍ଧିତ ଖବର