ନୂଆଦିଲ୍ଲୀ: ମେକ୍ସିକୋର ଫାତିମା ବୋସ୍‌  ମିସ୍ ୟୁନିଭର୍ସ ୨୦୨୫ ମୁକୁଟ ଜିତିଛନ୍ତି। ପ୍ରତିଯୋଗିତାର ଆରମ୍ଭରେ ଥାଇଲାଣ୍ଡ ଉତ୍ସବ ନିର୍ଦ୍ଦେଶକ ଗାଳିଗୁଲଜ କରିବାରୁ ୨୫ ବର୍ଷୀୟା ଫାତିମା ତାଙ୍କ ସନ୍ଧ୍ୟା ଗାଉନ୍ ଓ ହିଲ୍ ପିନ୍ଧି ୱାକ୍‌ଆଉଟ୍ କରିଥିଲେ। ଶେଷରେ ପ୍ରତିଯୋଗିତା ଜିତିବା ପରେ ଫାତିମାଙ୍କୁ ଗତବର୍ଷର ବିଜେତା ଡେନମାର୍କର ଭିକ୍ଟୋରିଆ କେଜେର ଥିଲ୍‌ଭିଗ୍ ମୁକୁଟ ପିନ୍ଧାଇଥିଲେ। ମିସ୍ ୟୁନିଭର୍ସ ମୁକୁଟ ପିନ୍ଧିବା ପରେ ଭାବପ୍ରବଣ ଫାତିମା ଆନନ୍ଦରେ ଅଧୀର ହୋଇଉଠିଥିଲେ। ଏକ ହୃଦୟସ୍ପର୍ଶୀ ମୁହୂର୍ତ୍ତରେ ଲୁହ ଛଳଛଳ ଫାତିମାଙ୍କୁ ତାଙ୍କ ସାଥୀ ସୁନ୍ଦରୀମାନେ ଉତ୍ସାହିତ କରିଥିଲେ।

Advertisment

ଏହି ପ୍ରତିଯୋଗିତାରେ ପ୍ରଥମ ରନର୍ସଅପ୍ ହେଉଛନ୍ତି ଥାଇଲାଣ୍ଡର ପ୍ରବୀଣାର ସିଂହ। ଦ୍ବିତୀୟ, ତୃତୀୟ ଓ ଚତୁର୍ଥ ସ୍ଥାନରେ ଅଛନ୍ତି ଯଥାକ୍ରମେ ଭେନେଜୁଏଲାର ଷ୍ଟିଫାନି ଆବାସାଲି, ଫିଲିପାଇନ୍ସର ଆହତିସା ମାନାଲୋ ଓ ଆଇଭରି କୋଷ୍ଟର ଅଲିଭିଆ ୟାସେ। ମନିକା ବିଶ୍ୱକର୍ମା ଏହି ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ୱ କରୁଥିଲେ। ସୁଇମ୍‌ସୁଟ୍ ରାଉଣ୍ଡ ଶେଷ ହେବା ପର୍ଯ୍ୟନ୍ତ ସେ ସଫଳ ହୋଇଥିଲେ। ତେବେ ଟପ୍ ୧୨ରେ ସ୍ଥାନ ପାଇ ପାରିନଥିଲେ। ଭାରତ ଶେଷ ଥର ପାଇଁ ୨୦୨୧ରେ ହରନାଜ ସାନ୍ଧୁଙ୍କ ଦ୍ୱାରା ମିସ୍ ୟୁନିଭର୍ସ ମୁକୁଟ ଜିତିଥିଲା। ୧୯୯୪ରେ ପ୍ରଥମ ଥର ପାଇଁ ସୁସ୍ମିତା ସେନ୍ ଓ ୨୦୦୦ ମସିହାରେ ଲାରା ଦତ୍ତ ଏହି ପୁରସ୍କାର ଜିତିଥିଲେ।