ଯୋଗ ଶିକ୍ଷା ଦେଉଥିବା ମୁସଲମାନ ଯୁବତୀଙ୍କୁ ଫତଓ୍ଵା ଜାରି; ଯୋଗ ବନ୍ଦ ନ କଲେ ହତ୍ୟା

ରାଞ୍ଚି: ଝାଡଖଣ୍ଡରେ ଯୋଗ ଶିକ୍ଷା ଦେଉଥିବା ଜଣେ ମୁସଲମାନ ଯୁବତୀଙ୍କୁ ତାଙ୍କ ସମୁଦାୟର ଲୋକମାନେ ଜୀବନରୁ ମାରି ଦେବାକୁ ଧମକ ଦେବା ସହ ଫତଓ୍ଵା ଜାରି କରିଛନ୍ତି। ଏହି ଘଟଣା ପରେ ପ୍ରଶାସନ ଯୋଗ ଶିକ୍ଷା ଦେଉଥିବା ମୁସଲମାନ ଯୁବତୀ ରାଫିଆ ନାଜଙ୍କୁ ସୁରକ୍ଷା ପ୍ରଦାନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି।

ପ୍ରକାଶିତ ରିପୋର୍ଟ ଅନୁଯାୟୀ, ରାଫିଆ ନାଜଙ୍କୁ ମୁସଲମାନ ସମୁଦାୟର ଲୋକମାନେ ଯୋଗ ଶିକ୍ଷା ନ ଦେବାକୁ ଧମକ ଦେଇଛନ୍ତି । କେବଳ ଏତିକି ନୁହେଁ, ଯଦି ଯୋଗ ଶିକ୍ଷା ବନ୍ଦ ନ କରାଯାଏ ତେବେ ଜୀବନରୁ ମାରି ଦେବେ ବୋଲି ବି ବାରମ୍ବାର ଚେତାବନୀ ଦେଇ ଆସୁଛନ୍ତି। ଏହି ମାମଲା ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀଙ୍କ ପ୍ରଧାନ ସଚିବ ରଘୁବର ଦାସଙ୍କ  ଦୃଷ୍ଟିକୁ ଅଣାଯାଇଥିଲା। ଏହାପରେ ପୁଲିସ ରାଫିୟାଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରି ଦେଇଥିଲେ।

ରାଞ୍ଚି ଏସଏସପି କୁଲଦୀପ ଦ୍ୱିବେଦୀ ଏକ ସ୍ୱତନ୍ତ୍ର ପୁଲିସ ଟିମ୍‌ ଗଠନ କରି ଯୁବତୀଙ୍କୁ ଭେଟିବା ପାଇଁ ପଠାଇଥିଲେ। ଝାଡ଼ଖଣ୍ଡ ପୁଲିସର ରିପୋର୍ଟ ମୁତାବିକ, ରାଫିୟାଙ୍କ ସୁରକ୍ଷା ପାଇଁ ଦୁଇଜଣ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି, ଯେଉଁଥିେରେ ଜଣେ ପୁରୁଷ ଓ ଜଣେ ମହିଳା ଅଛନ୍ତି।

ରାଜଧାନୀ ରାଞ୍ଚିରେ ବସବାସ କରୁଥିବା ରାଫିଆ ନାଜ ଯୋଗ ଶିକ୍ଷା ଦେଇ ଥାଆନ୍ତି। ରାଫିଆଙ୍କ ଯୋଗ ଶିକ୍ଷା ଦେବା ନେଇ ତାଙ୍କ ବିରୋଧରେ ଫତଓ୍ଵା ଜାରି ହୋଇଛି। ରାଫିଆ ଘର ଭିତରୁ ସବୁଠାରୁ ବଡ଼ ସନ୍ତାନ, ସେ ସ୍ଥାନୀୟ କଲେଜରେ ଏମ୍‌.କମ୍‌ ପାଠପଢ଼ା ଜାରି ରଖିଛନ୍ତି। କିଛିଦିନ ପୂର୍ବେ ସହରରେ ଯୋଗ ଗୁରୁ ବାବା ରାମଦେବଙ୍କ ସହିତ ମଞ୍ଚରେ ରାଫିଆ ଏକାଠି ନଜର ଆସିବା ପରେ ଚର୍ଚ୍ଚାର ପରିସରରେ ରହିଛନ୍ତି ସେ।

ରାଫିଆଙ୍କୁ ତାଙ୍କ ସମୁଦାୟ ତରଫରୁ ଧମକ ମିଳିବା ପରେ ତାଙ୍କ ପରିବାରବର୍ଗ ଭୟଭୀତ ହୋଇ ପଡ଼ିଛନ୍ତି।

ରାଫିଆ ନାଜ ସାମ୍ବାଦିକଙ୍କୁ କହିଛନ୍ତି କି, ମୋର ସମସ୍ୟା ଦୁଇ ସମୁଦାୟର ସଦସ୍ୟଙ୍କ ସହିତ ରହିଛି। ଗୋଟିଏ ପଟେ ମୋତେ ଯୋଗ ଶିକ୍ଷା ଦେବା ପାଇଁ ବାରଣ କରାଯାଉଥିବା ବେଳେ ଅନ୍ୟ ପଟେ ମୋତେ ମୋର ନାମ ବଦଳାଇବା ପାଇଁ କୁହାଯାଉଛି, କାରଣ ଯୋଗ ଶିକ୍ଷା କଲା ବେଳେ ଲୋକେ ଯେଭଳି କୌଣସି ସଙ୍କୋଚ ନ କରନ୍ତୁ। ଯାହା ବି ହେଉ ମୁଁ ଯୋଗାଭ୍ୟାସ ଜାରି ରଖିଛି ଓ ରଖିବି ମଧ୍ୟ, ଆଉ ଜୀବନର ଶେଷ ପର୍ଯ୍ୟନ୍ତ ଯୋଗ ଶିକ୍ଷା ଦେଉଥିବି।

ସମ୍ବନ୍ଧିତ ଖବର