ନୂଆଦିଲ୍ଲୀ: ଗୁରୁବାର ଇମ୍ଫାଲ ଅଭିମୁଖେ ଯାଉଥିବା ଏକ ଇଣ୍ଡିଗୋ ବିମାନ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ତାହା ପ୍ରାୟ ଏକ ଘଣ୍ଟା ଧରି ଆକାଶରେ ରହିବା ପରେ ଜାତୀୟ ରାଜଧାନୀକୁ ଫେରି ଆସିଥିଲା। ଦିଲ୍ଲୀରେ ତ୍ରୁଟି ସଜଡ଼ାଯିବା ପରେ ତାହା ପୁଣି ଉଡ଼ାଣ ଆରମ୍ଭ କରିଥିଲା ।

Advertisment

ଏସଂପର୍କରେ ଏୟାରଲାଇନ୍ସ ଏକ ବିବୃତ୍ତିରେ କହିଛି, "୧୭ ଜୁଲାଇ, ୨୦୨୫ରେ ଦିଲ୍ଲୀରୁ ଇମ୍ଫାଲ ଅଭିମୁଖେ ଯାଉଥିବା ବିମାନ (ନଂ ୬ଇ-୫୧୧୮) ଉଡ଼ାଣ ଆରମ୍ଭ ହେବାର କିଛି ସମୟ ପରେ ଏକ ଛୋଟ ଯାନ୍ତ୍ରିକ ତ୍ରୁଟି ଚିହ୍ନଟ କରିଥିଲା। ପାଇଲଟମାନେ ତୁରନ୍ତ ସତର୍କତାମୂଳକ ପଦକ୍ଷେପ ନେଇ ବିମାନକୁ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ଏହାକୁ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ସୁରକ୍ଷିତ ଭାବରେ ଅବତରଣ କରିଥିଲେ।"

ବିମାନଟି ସକାଳ ୧୦:୨୫ ରେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡ଼ାଣ ଆରମ୍ଭ କରିବାର ଥିଲା, କିନ୍ତୁ ଏହା ନିର୍ଦ୍ଧାରିତ ସମୟଠାରୁ ୯ ମିନିଟ୍ ବିଳମ୍ବରେ ୧୦:୩୪ ରେ ଉଡ଼ାଣ ଆରମ୍ଭ କରିଥିଲା। ଉଡ଼ାଣ ଆରମ୍ଭ କରିବାର ୧ ଘଣ୍ଟା ପରେ, ପାଇଲଟ୍ ବିମାନରେ ଏକ ଯାନ୍ତ୍ରିକ ତ୍ରୁଟି ଚିହ୍ନଟ କରିଥିଲେ ଏବଂ ବିମାନକୁ ଫେରାଇ ନେଇଥିଲେ।

ଇଣ୍ଡିଗୋ କହିଛି ଯେ ବାଧ୍ୟତାମୂଳକ ପ୍ରକ୍ରିୟା ଅନୁଯାୟୀ, ବିମାନର ଆବଶ୍ୟକୀୟ ଯାଞ୍ଚ କରାଯାଇଥିଲା ଏବଂ କିଛି ସମୟ ପରେ ଏହା ପୁଣି ଉଡ଼ାଣ ଆରମ୍ଭ କରିଥିଲା। ଯାତ୍ରୀମାନଙ୍କୁ ହୋଇଥିବା ଅସୁବିଧା ପାଇଁ କମ୍ପାନୀ କ୍ଷମା ପ୍ରାର୍ଥନା କରିଛି।