ଚୀନରୁ ଆସୁଥିଲା ଏହି ଜରୁରୀ ଇଂଜେକ୍ସନ, କିନ୍ତୁ ଥିଲା ନକଲି

ନୂଆଦିଲ୍ଲୀ : ଭାରତ ସମେତ ବିଶ୍ୱର ଆଉ କିଛି ଦେଶକୁ ତ୍ରୁଟିଯୁକ୍ତ ରାବିଜ୍‌ ଟୀକା (ପଶୁକାମୁଡ଼ା ଟୀକା) ରପ୍ତାନି କରୁଥିବା ଏକ ଚୀନ କମ୍ପାନିର ପର୍ଦ୍ଦାଫାସ ହୋଇଛି । ଚୀନର ଚାଂଚୁଂ ଚାଙ୍ଗସେଂ ବାୟୋଟେକନଲୋଜୀ କର୍ପୋରେସନ ନାମକ ଏହି କମ୍ପାନି ବିଭିନ୍ନ ରିପୋର୍ଟ ଓ କାଗଜପତ୍ରକୁ ଜାଲ କରି ଏହା ଜଣାପଡିବା ପରେ କମ୍ପାନି ଏସବୁ ଟୀକାକୁ ଫେରାଇ ନେବାକୁ ନିଷ୍ପତ୍ତି ନେଇଛି । ଚୀନ ସରକାର ମଧ୍ୟ ଏହି କମ୍ପାନି ବିରୋଧରେ ତଦନ୍ତ ଆରମ୍ଭ କରିଛନ୍ତି । ଏହି କମ୍ପାନି ଭାରତ ଓ ଅନ୍ୟ ଦେଶରେ ଗତ ୨୦୧୪ ରୁ ଏହି ଟୀକା ବିକ୍ରି କରିଆସୁଥିଲା । ଏହାର ଅର୍ଥ ହେଉଛି ଯେଉଁ ବ୍ୟକ୍ତିମାନେ ସାପ, କୁକୁର ବା ଅନ୍ୟ କୌଣସି ପଶୁ କାମୁଡିବା ପରେ ଏହି ଇଂଜେକ୍ସନ ନେଇଥିବେ ସେମାନଙ୍କୁ କୌଣସି ଉପସମ ମିଳିନଥିବ ଓ ସେମାନେ ମୃତ୍ୟୁବରଣ କରିଥିବେ । ଏ ସଂପର୍କରେ ଭାରତ ସରକାର ମଧ୍ୟ ତଦନ୍ତ ଆରମ୍ଭ କରିଛନ୍ତି ।

ସମ୍ବନ୍ଧିତ ଖବର