ପାକିସ୍ତାନ ମନ୍ତ୍ରୀ କହିଲେ, ‘ପୁଲୱାମା ଆକ୍ରମଣ ଇମ୍ରାନ ସରକାରଙ୍କ ବଡ଼ ସଫଳତା’

ନୂଆଦିଲ୍ଲୀ: ପୁଲୱାମାରେ ସିଆରପିଏଫ ଯବାନଙ୍କ ଗାଡ଼ି ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାକୁ ପାକିସ୍ତାନର ଇମ୍ରାନ ଖାନ ସରକାରର ଏକ ସଫଳତା ବୋଲି ପାକ୍ ମନ୍ତ୍ରୀ ଫୱାଦ ଚୌଧୁରୀ ଗୁରୁବାର ପ୍ରକାଶ କରିଛନ୍ତି।

ପାକିସ୍ତାନ ମନ୍ତ୍ରୀ ଫୱାଦ ଚୌଧୁରୀ ଆଜି ତାଙ୍କ ସଂସଦରେ କହିଛନ୍ତି ଯେ ପୁଲୱାମା ଆକ୍ରମଣ ହେଉଛି ପାକିସ୍ତାନ ଓ ଇମ୍ରାନ ଖାନଙ୍କ ପାଇଁ ସଫଳତା। ମୁଁ କହୁଛି ଆମେ ହିଁ ହିନ୍ଦୁସ୍ତାନରେ ପଶିକି ମାରିଛୁ। ଆପଣ ଏବଂ ଆମେ ସମସ୍ତେ ଏହି ସଫଳତାର ଅଂଶବିଶେଷ । ପୁଲୱାମା ଆକ୍ରମଣ ପାଇଁ ଇମ୍ରାନ ଖାନ ଏବଂ ତାଙ୍କ ପାର୍ଟି ପିଟିଆଇକୁ ଶ୍ରେୟ ଦେଇଛନ୍ତି ଫୱାଦ ଚୌଧୁରୀ।

ତେବେ ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପଛରେ ପାକିସ୍ତାନର ହାତ ଥିବା କଥା ପ୍ରଥମ ଥର ପାଇଁ ପାକିସ୍ତାନ ସରକାର ସ୍ବୀକାର କରିଛି। ପୂର୍ବରୁ ଭାରତୀୟ ଗୁଇନ୍ଦା ସଂସ୍ଥାଗୁଡ଼ିକ ଏହି ଦାବି କରିଆସୁଥିଲେ।

पाकिस्तान सरकार में मंत्री फवाद चौधरी (फाइल फोटो)

ଉଲ୍ଲେଖଯୋଗ୍ୟ, ଜାମ୍ମୁ କାଶ୍ମୀର ପୁଲୱାମାରେ ୨୦୧୯ ଫେବ୍ରୁଆରି ୧୪ରେ ସିଆରପିଏଫ ଯବାନଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ କରିଥି‌ଲେ। ଜଣେ ଆତ୍ମଘାତୀ ବିସ୍ଫୋରଣକାରୀ କାରରେ ବିସ୍ଫୋରକ ଭର୍ତ୍ତି କରି ଯବାନଙ୍କ ଗାଡ଼ିକୁ ଧକ୍କା ଦେଇଥିଲା। ଏହି ବିସ୍ଫୋରଣରେ ୪୦ ଜଣ ଯବାନ ସହିଦ ହୋଇଥିଲେ।

ଫେବୃଆରି ୨୦୧୯ ରେ ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ବାଲାକୋଟରେ ଏୟାର ଷ୍ଟ୍ରାଇକ୍ କରିଥିଲା। ଏହି ଆକ୍ରମଣର ପରଦିନ ପାକିସ୍ତାନ ନିଜର ଯୁଦ୍ଧ ବିମାନକୁ ଭାରତ ପଠାଇଥିଲା। ୱିଙ୍ଗ କମାଣ୍ଡର ଅଭିନନ୍ଦନ ପାକିସ୍ତାନ ଯୁଦ୍ଧ ବିମାନକୁ ହଟାଇବାକୁ ଯାଇ ପାକିସ୍ତାନରେ ଯାଇ ଖସି ପଡ଼ିଥି‌ଲେ। ଏହାପରେ ପାକିସ୍ତାନ ଅଭିନନ୍ଦନଙ୍କୁ କାବୁ କରି ନେଇଥିଲା, କିନ୍ତୁ ୫୨ଘଣ୍ଟା ମଧ୍ୟରେ ପାକିସ୍ତାନକୁ ୱିଙ୍ଗ କମାଣ୍ଡରଙ୍କୁ ଛାଡ଼ିବାକୁ ପଡ଼ିଥିଲା |

ସମ୍ବନ୍ଧିତ ଖବର