ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଜେ। ଟ୍ରମ୍ପଙ୍କ ବାସଭବନରେ ଚଢ଼ାଉ କରାଯାଇଥିବାର ସୂଚନା ମିଳିଛି। ପୂର୍ବତନ ରାଷ୍ଟ୍ରପତି ନିଜେ ଏହି ଦାବି କରିଛନ୍ତି। ସୋମବାର ଟ୍ରମ୍ପ କହିଛନ୍ତି ଯେ ଫେଡେରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ ଫ୍ଲୋରିଡାସ୍ଥିତ ତାଙ୍କ ପାମ ବିଚ୍ ଘରେ ଚଢ଼ାଉ କରିଛି। ଏହି ସମୟରେ ତାଙ୍କର ଟ୍ରେଜେରିକୁ ମଧ୍ୟ ଭଙ୍ଗାଯାଇଛି। ରାଷ୍ଟ୍ରପତି ପଦରୁ ହଟିବା ପରେ ଟ୍ରମ୍ପ ବହୁ ପରିମାଣର ରେକର୍ଡ ନେଇଯିବା ନେଇ ଅଭିଯୋଗ ଉଠିବା ପରେ ଏହି ଚଢ଼ାଉ ହୋଇଥାଇପାରେ ବୋଲି କୁହାଯାଉଛି।
ଆମେରିକାର ନ୍ୟାୟ ବିଭାଗ ଦ୍ୱାରା ଟ୍ରମ୍ପଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ସୋମବାର ସକାଳେ ଚଢ଼ାଉ ଆରମ୍ଭ ହୋଇଥିଲା, ଯାହାକି ଅନେକ ଘଣ୍ଟା ଧରି ଚାଲିଥିଲା। ତେବେ ଟ୍ରମ୍ପଙ୍କ ବାସଭବନରେ ହୋଇଥିବା ଚଢ଼ାଉ ସମ୍ପର୍କରେ ଆମେରିକା ନ୍ୟାୟ ବିଭାଗ କୌଣସି ମନ୍ତବ୍ୟ ଦେବାକୁ ମନା କରି ଦେଇଛି। ଦି ନ୍ୟୁୟର୍କ ଟାଇମ୍ସ ଏବଂ ରଏଟର୍ସ ରିପୋର୍ଟ ଅନୁଯାୟୀ ଟ୍ରମ୍ପ କହିଛନ୍ତି ଯେ ବହୁ ସଂଖ୍ୟକ ଏଫବିଆଇ ଏଜେଣ୍ଟ ତାଙ୍କ ମାର-ଏ-ଲାଗୋ ଘରେ ଚଢ଼ାଉ କରିଛନ୍ତି। ତେବେ ଏହି ଘଟଣାରେ ଏଫବିଆଇ ମୁଖ୍ୟାଳୟ ଏବଂ ମିଆମି ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ନିରବତା ଅବଲମ୍ବନ କରାଯାଇଛି। ନ୍ୟୁୟର୍କ ଟାଇମ୍ସ ଏହି ଘଟଣାରେ ଚଢ଼ାଉରେ ସମ୍ପୃକ୍ତ ଦୁଇଜଣ ଅଜ୍ଞାତ ବ୍ୟକ୍ତିଙ୍କ ସୂଚନାରୁ ଜଣାଯାଇଛି ଯେ କାର୍ଯ୍ୟକାଳ ଶେଷ ହେବା ପରେ ଟ୍ରମ୍ପ ହ୍ବାଇଟ୍ ହାଉସରୁ ଫ୍ଲୋରିଡା ଘରକୁ ନେଇଥିବା ଡକ୍ୟୁମେଣ୍ଟ ବାକ୍ସ ଖୋଜାଯାଉଛି।
ଏଣେ ଟ୍ରମ୍ପ କହିଛନ୍ତି ଯେ ୨୦୨୪ରେ ରାଷ୍ଟ୍ରପତି ନିର୍ବାଚନରେ ସେ ଯେପରି ପ୍ରାର୍ଥୀ ନ ହୁଅନ୍ତି, ସେଥିଲାଗି ଏଭଳି ଚଢ଼ାଉ କରାଯାଉଛି।
ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବାସଭବନରେ ଏଫବିଆଇର ଚଢ଼ାଉ
/sambad/media/post_attachments/wp-content/uploads/2020/02/Trumph-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)