ନ୍ୟୁୟର୍କ/ନୂଆଦିଲ୍ଲୀ : ଏଫ୍ବିଆଇର ଟପ୍ ଟେନ୍ ମୋଷ୍ଟ୍ ୱାଣ୍ଟେଡ୍ ପଳାତକ ତାଲିକାରେ ଜଣେ ଗୁଜରାଟୀ ଯୁବକ ରହିଛି। ଏହି ଯୁବକ ଜଣକ ଅହମଦାବାଦର ବିରାମଗମ ଅଂଚଳ ବାସିନ୍ଦା ଭଦ୍ରେଶ କୁମାର ପଟେଲ ବୋଲି ଜଣାପଡ଼ିଛି। ଭଦ୍ରେଶକୁ ଧରାଇ ଦେଲେ ୧୦୦,୦୦୦ ଡଲାର ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ଏଫ୍ବିଆଇ ଘୋଷଣା କରିଛି। ଏଫ୍ବିଆଇ ପଟେଲକୁ ଜଣେ ନିର୍ମମ ହତ୍ୟାକାରୀ ଏବଂ ଅତି ଭୟଙ୍କର ଅପରାଧୀ ବୋଲି ବିବେଚନା କରୁଛି । ମ୍ୟାରିଲାଣ୍ଡ୍ର ହାନ୍ଭୋର ସ୍ଥିତ ଡୁନକିନ୍ ଡୋନଟ୍ସ ଷ୍ଟୋର୍ରେ ସେ ତା’ ପତ୍ନୀକୁ ଅତି ନିର୍ମମ ଭାବେ ହତ୍ୟା କରିଥିଲା। ଏଫ୍ବିଆଇ ଟପ୍ ଟେନ୍ ମୋଷ୍ଟ୍ ୱାଣ୍ଟେଡ୍ ପଳାତକ ତାଲିକା ନିୟମିତ ଭାବେ ବଦଳୁ ଥିଲେ ମଧ୍ୟ ଭଦ୍ରେଶର ନାମ ଏହି ତାଲିକାରେ ବାରମ୍ବାର ରହୁଥିବା ଜଣାପଡ଼ିଛି। ପ୍ରଥମେ ୨୦୧୭ରେ ଏଫ୍ବିଆଇ ତାଲିକାରେ ଭଦ୍ରେଶ ପଟେଲ୍ର ନାମ ଥିଲା। ୨୪ ବର୍ଷୀୟ ପଟେଲ ୨୦୧୫ ମସିହାରେ ପତ୍ନୀ ପଲକ୍କୁ ହତ୍ୟା କରିଥିଲା। ଉଭୟ ଡୁନକିନ୍ ଡୋନଟ୍ସ ଷ୍ଟୋର୍ରେ ନାଇଟ୍ ସିଫ୍ଟ କରୁଥିଲେ। ତେବେ ଏପ୍ରିଲ, ୧୨ ୨୦୧୫ରେ ପଟେଲ ପଲକ୍କୁ ହତ୍ୟା କରି ଖସି ପଳାଇଥିଲା। ପରେ ଏଫ୍ବିଆଇ ତଦନ୍ତରୁ ଏହି ହତ୍ୟା ରହସ୍ୟ ଉନ୍ମୋଚିତ ହୋଇଥିଲା। ପଟେଲ୍ ପଲକ୍ଙ୍କୁ ବାରମ୍ବାର ଛୁରି ଭୁସି ହତ୍ୟା କରିଥିଲା। ହତ୍ୟାକାଣ୍ଡ ଘଟାଇ ପଟେଲ ଫେରାର ଥିବାବେଳେ ଏଯାଏଁ ତା’ର ପତ୍ତା ମିଳୁନାହିଁ।
ଏଫ୍ବିଆଇର ଟପ୍ ଟେନ୍ ମୋଷ୍ଟ୍ ୱାଣ୍ଟେଡ୍ ତାଲିକାରେ ଗୁଜରାଟୀ ଯୁବକ
/sambad/media/post_attachments/wp-content/uploads/2019/10/sdgsdgsd54gs89df7gsdf897g456sd4g56sd4g56sd4g56sd7tg89sd7gsdgsdgsdgsdgsd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)