ଆମେରିକାରେ ଏଫଡିଏ ଦ୍ୱାରା ପୂର୍ଣ୍ଣ ଅନୁମୋଦନ ପାଇବାରେ ପ୍ରଥମ ଟିକା ହେଲା ଫାଇଜର

ନୂଆଦିଲ୍ଲୀ: ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନ (ଏଫଡିଏ) ଦ୍ୱାରା ପୂର୍ଣ୍ଣ ଅନୁମୋଦନ ପାଇବାରେ ପ୍ରଥମ ଟିକା ପାଲଟିଲା ଫାଇଜର-ବାୟୋଏନଟେକର କୋଭିଡ୍ -୧୯ ଟିକା। ୧୬ବର୍ଷରୁ ଅଧିକ ବୟସ୍କଙ୍କଠାରେ କୋଭିଡ-୧୯ ରୋଗ ରୋକିବା ପାଇଁ ଏହି ଟିକା ବର୍ତ୍ତମାନ କୋମିରନାଟି ନାମରେ ବଜାରକୁ ଆସିବ। ଜରୁରୀକାଳୀନ ବ୍ୟବହାର ପ୍ରାଧିକରଣ (ଇୟୁଏ) ଅଧୀନରେ ଏହି ଟିକା ଏବେ ଉପଲବ୍ଧ ହେଉଛି, ଯେଉଁଥିରେ ୧୨ରୁ ୧୫ବର୍ଷ ବୟସଙ୍କୁ ଟିକା ଦିଆଯାଉଛି।

ଏହି ଟିକାକୁ ଏଫଡିଏର ଅନୁମୋଦନ ଏକ ମାଇଲଖୁଣ୍ଟ ଅଟେ ଯେହେତୁ ଦେଶ ଏବେ କୋଭିଡ -୧୯ ମହାମାରୀ ସହିତ ଲଢ଼ିବା ଜାରି ରଖିଛୁ। ଅନ୍ୟ ଟିକାକୁ ଜରୁରୀକାଳିନ ବ୍ୟବହାର ପାଇଁ ଅନୁମୋଦନ ମିଳିଥିବା ବେଳେ ପ୍ରଥମ ଥର ପାଇଁ ଫାଇଜକୁ ଏଫଡିଏ ଦ୍ୱାରା ପୂର୍ଣ୍ଣ ଅନୁମୋଦନ ମିଳିଛି। ଡିସେମ୍ବର ୧୧, ୨୦୨୦ଠାରୁ ଫାଇଜର ଟିକା ୧୬ବର୍ଷରୁ ଅଧିକ ବ୍ୟକ୍ତିଙ୍କ ପାଇଁ ଇୟୁଏ ଅଧୀନରେ ଉପଲବ୍ଧ ଥିଲା ଏବଂ ମେ ୧୦, ୨୦୨୧ରେ ୧୨ରୁ ୧୫ବର୍ଷ ବୟସଙ୍କୁ ଏହି ଟିକା ଦିଆଯିବା ଆରମ୍ଭ କରାଯାଇଥିଲା। ଏବେ ଏହାର ପ୍ରଭାବକୁ ଦେଖି ଏଫଡିଏ ପୂର୍ଣ୍ଣ ଅନୁମୋଦନ ଦେଇଛି।

ସମ୍ବନ୍ଧିତ ଖବର