ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ୍ ଉପସ୍ଥାପନ କରି କହିଛନ୍ତି ଯେ ବଜେଟ୍ ୨୦୨୫-୨୬ର ଲକ୍ଷ୍ୟ ହେଉଛି ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ସମସ୍ତ ୬ଟି କ୍ଷେତ୍ରରେ ପରିବର୍ତ୍ତନମୂଳକ ସଂସ୍କାର ଆରମ୍ଭ କରିବା, ଯାହା ଆମର ଅଭିବୃଦ୍ଧି ସମ୍ଭାବନା ଏବଂ ବିଶ୍ୱସ୍ତରୀୟ ପ୍ରତିଦ୍ୱନ୍ଦ୍ୱିତାକୁ ବଢ଼ାଇବ। ସେଥିମଧ୍ୟରୁ ଗୋଟିଏ ହେଉଛି ଆର୍ଥିକ କ୍ଷେତ୍ର, ଯେଉଁଥିରେ ବୀମା, ପେନସନ, ଦ୍ୱିପାକ୍ଷିକ ନିବେଶ, ଚୁକ୍ତି (ବିଟିଟି) ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ କ୍ଷେତ୍ର ଅନ୍ତର୍ଭୁକ୍ତ । ଏହା ମଧ୍ୟରୁ ସବୁଠାରୁ ବଡ଼ ଘୋଷଣା ବୀମା କ୍ଷେତ୍ରକୁ ନେଇ ହୋଇଛି । ବୀମା କ୍ଷେତ୍ରକୁ ୧୦୦ ବିଦେଶୀ ପୁଞ୍ଜିନିବେଶ ପାଇଁ ଖୋଲିଦିଆଯାଇଛି ।
ବଜେଟରେ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି ଯେ ବୀମା କ୍ଷେତ୍ରରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶର ସୀମା ୭୪%ରୁ ୧୦୦%କୁ ବୃଦ୍ଧି କରାଯିବ। ଏହି ବର୍ଦ୍ଧିତ ସୀମା ସେହି କମ୍ପାନୀଗୁଡ଼ିକ ପାଇଁ ଉପଲବ୍ଧ ହେବ ଯେଉଁମାନେ ସମ୍ପୂର୍ଣ୍ଣ ପ୍ରିମିୟମ୍ ଭାରତରେ ନିବେଶ କରିବେ। ବିଦେଶୀ ପୁଞ୍ଜି ନିବେଶ ସମ୍ବନ୍ଧୀୟ ସାମ୍ପ୍ରତିକ ସୀମା ଏବଂ କଟକଣାର ସମୀକ୍ଷା ଏବଂ ସରଳୀକରଣ କରାଯିବ । ନିୟାମକ ସମନ୍ୱୟ ଏବଂ ପେନସନ ଉତ୍ପାଦର ବିକାଶ ପାଇଁ ଏକ ଫୋରମ୍ ପ୍ରତିଷ୍ଠା କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।
କେୱାଇସି ସରଳୀକରଣ
ଶ୍ରୀମତୀ ନିର୍ମଳା ସୀତାରମଣ କହିଛନ୍ତି ଯେ କେୱାଇସି ପ୍ରକ୍ରିୟାର ସରଳୀକରଣ ସମ୍ପର୍କରେ ପୂର୍ବ ଘୋଷଣାକୁ କାର୍ଯ୍ୟକାରୀ କରିବା ପାଇଁ ୨୦୨୫ ରେ ନବୀକୃତ କେନ୍ଦ୍ରୀୟ କେୱାଇସି ରେଜିଷ୍ଟ୍ରିକୁ କାର୍ଯ୍ୟକ୍ଷମ କରାଯିବ । ନିୟମିତ ଅପଡେଟ୍ ପାଇଁ ଏକ ସୁବ୍ୟବସ୍ଥିତ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/02/01/RK4ZzE8WjyAv3joHQDq7.jpg)