ଭାରତରେ ୩ୟ ଲହରକୁ ନେଇ ଆଶଙ୍କା ବଢିଲା : ଡେଲଟା ଏଓ୍ବାଇ ୪.୨ ଭାରିଆଣ୍ଟର ୧୭ଟି ମାମଲା ଚିହ୍ନଟ

ନୂଆଦିଲ୍ଲୀ : ଋଷିଆ, ବ୍ରିଟେନ ଓ ଚୀନରେ ପୁଣି କରୋନା ଲହର ଦେଖାଦେଇଛି । ଏହି ନୂଆ ଲହର ପଛରେ ଡେଲଟା ଭାରିଆଣ୍ଟ ଏଓ୍ବାଇ ୪.୨ ରହିଥିବା କୁହାଯାଉଛି । ଫଳରେ ସମଗ୍ର ବିଶ୍ବରେ ଏହି ଭାରିଆଣ୍ଟ ଚିନ୍ତାର କାରଣ ହୋଇଛି । ଏବେ ଭାରତରେ ମଧ୍ୟ ଏହି ଭାରିଆଣ୍ଟ ପ୍ରବେଶ କରିଛି । ଏହା ଭାରିଆଣ୍ଟ ସଂପର୍କିତ ୧୭ଟି ମାମଲା ଭାରତରେ ଦେଖାଦେଇଛି । ଏହା ଫଳରେ ଦେଶର ୩ୟ ଲହରକୁ ନେଇ ଆଶଙ୍କା ବଢିଯାଇଛି ।

ଏହି ୧୭ଟି ସଂକ୍ରମଣ ମାମଲା ମଧ୍ୟରୁ ଆନ୍ଧ୍ରପ୍ରଦେଶରୁ ୭ଟି, କେରଳରୁ ୪ଟି, କର୍ଣ୍ଣାଟକ ଓ ତେଲେଙ୍ଗାନାରୁ ୨ଟି ଲେଖାଏଁ ଓ ଜମ୍ମୁ ଓ କଶ୍ମୀର ଓ ମହାରାଷ୍ଟ୍ରରୁ ଗୋଟିଏ ଲେଖାଏଁ ଚିହ୍ନଟ ହୋଇଛି । ଏହି ଭାରିଆଣ୍ଟ ଚିହ୍ନଟ ହେବା ପରେ କେନ୍ଦ୍ର ସରକାର ସତର୍କ ହୋଇଉଠିଛନ୍ତି ଓ ପାର୍ବଣ ସମୟରେ ଅଧିକ ସତର୍କତା ପାଇଁ ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଛି । ସମ୍ଭାବ୍ୟ ୩ୟ ଲହରକୁ ରୋକିବାକୁ ଗାଇଡଲାଇନକୁ କଡ଼ାକଡି ପାଳନ ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଜାରି କରିଛନ୍ତି ।

ସମ୍ବନ୍ଧିତ ଖବର