କରୋନାର ସିଂଗାପୁର ଭାରିଆଣ୍ଟ ପିଲାମାନଙ୍କୁ ଆକ୍ରାନ୍ତ କରୁଛି, ବିମାନ ସେବା ବନ୍ଦ ପାଇଁ ଦାବି କଲେ କେଜ୍ରିଓ୍ବାଲ 

ନୂଆଦିଲ୍ଲୀ :  ଦେଶରେ ଏବେ କରୋନାର ୨ୟ ଲହର ଆତଙ୍କ ଖେଳାଇଥିବାବେଳେ ୩ୟ ଲହର ଆଶଙ୍କା ପ୍ରକାଶ ପାଇଛି । ବିଶେଷକରି ସିଂଗାପୁରରେ ଦେଖାଯ଼ାଇଥିବା କରୋନା ଭୁତାଣୁର ଏକ ନୂଆ ପ୍ରକାର ଶିଶୁମାନଙ୍କୁ ଅଧିକ ଆକ୍ରାନ୍ତ କରୁଥିବାରୁ ତାହାକୁ ନେଇ ଚିନ୍ତା ପ୍ରକାଶ ପାଇଛି ।

ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ କହିଛନ୍ତି ଯ଼େ କେନ୍ଦ୍ର ସରକାର ସିଂଗାପୁର ଭାରିଆଣ୍ଟକୁ ଏକ ସତର୍କ ଘଣ୍ଟିଭାବରେ ନେଇ ଜରୁରୀକାଳୀନ ପଦକ୍ଷେପ ନେବା ଆବଶ୍ୟକ । ଏହି ଭାଇଆଣ୍ଟ ଦେଶରେ ୩ୟ ଲହର ଆଣିପାରେ । ଏଣୁ ସରକାର ତୁରନ୍ତ ସିଂଗାପୁରକୁ ବିମାନ ସେବା ବନ୍ଦ କରନ୍ତୁ । ସେହିପରି ଶିଶୁମାନଙ୍କୁ କିପରି ଟିକା ଦିଆଯ଼ାଇପାରିବ ସେ ବିକଳ୍ପ ଉପରେ ବିଚାର ଆରମ୍ଭ କରନ୍ତୁ ।

ପୂର୍ବରୁ ବିଶେଷଜ୍ଞମାନେ ଦେଶରେ ୩ୟ ଲହର ପାଇଁ ସରକାରଙ୍କୁ ସତର୍କ କରାଇଦେଇଛନ୍ତି । ପ୍ରଥମ ଲହରରେ ବୟସ୍କ ବ୍ୟକ୍ତି ଆକ୍ରାନ୍ତ ହେଉଥିବାବେଳେ ୨ୟ ଲହରରେ ଯ଼ୁବଗୋଷ୍ଠୀ ଆକ୍ରାନ୍ତ ହୋଉଛନ୍ତି । ସେହିପରି ୩ୟ ଲହରରେ ପିଲାମାନେ ଆକ୍ରାନ୍ତ ହେବାର ଆଶଙ୍କା ସୃଷ୍ଟି ହୋଇଛି । ଏହାକୁ ଦୃଷ୍ଟିରେ ରଖି କେତେକ ଟିକା କମ୍ପାନି ପିଲାମାନଙ୍କ ଟିକା ଉପରେ ଗବେଷଣା ଓ ପରୀକ୍ଷଣ ଆରମ୍ଭ କରିଦେଇଛନ୍ତି ।

ସିଂଗାପୁରରେ ଏହି ନୂଆ ଭାରିଆଣ୍ଟ ପିଲାମାନଙ୍କୁ ଅଧିକ ଆକ୍ରାନ୍ତ କରିବା ପରେ ସେଠାକାର ସରକାର ସ୍କୁଲଗୁ଼ଡିକୁ ବନ୍ଦ କରିଦେଇଛନ୍ତି ।

ସମ୍ବନ୍ଧିତ ଖବର