ମୁମ୍ବାଇ: ରାଜ୍ୟସଭା ନିର୍ବାଚନ ପୁର୍ବରୁ ମହାରାଷ୍ଟ୍ରରେ ଘୋଡ଼ା ବେପାର ଭୟ ବଢ଼ିଛି। ଆସନ୍ତା ଜୁନ୍ ୧୦ ତାରିଖରେ ମହାରାଷ୍ଟ୍ରରେ ୬ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଅଛି। କିନ୍ତୁ ବିଜେପି ଦ୍ବାରା ଘୋଡ଼ା ବେପାର ଭୟରେ ମହାରାଷ୍ଟ୍ରରେ ଶାସକ ଶିବସେନା ଏହାର ବିଧାୟକଙ୍କୁ ଏବଂ କିଛି ସ୍ବାଧୀନ ବିଧାୟକଙ୍କୁ ଏକ ବିଳାଶପୂର୍ଣ୍ଣ ବସ୍ରେ ରିସୋର୍ଟକୁ ପଠାଇଛି। ମିଳିଥିବା ସୂଚନାନୁଯାୟୀ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ଆଜି କିଛି ସ୍ବାଧୀନ ବିଧାୟକ ଏବଂ ଦଳର ବିଧାୟକଙ୍କ ସହ ବୈଠକ କରିଥିଲେ। ଏହାପରେ ସନ୍ଧ୍ୟାରେ ୨ଟି ବସ୍ ସରକାରୀ ଗେଷ୍ଟ୍ ହାଉସ୍ ବାହାରେ ପାର୍କ ହୋଇଥିଲା। ମିଳିଥିବା ସୂଚନାନୁଯାୟୀ ବିଧାୟକମାନଙ୍କୁ ମୁମ୍ବାଇର ପଶ୍ଚିମ ଉପକଣ୍ଠ ସ୍ଥିତ ମଲଡ଼ର ହୋଟେଲ ରିଟ୍ରିଟ୍ ପଠାଯାଇଛି।
ଘୋଡ଼ା ବେପାର ଭୟ, ନେତାଙ୍କୁ ହୋଟେଲ୍ ପଠାଇଲା ଶିବସେନା
/sambad/media/post_attachments/wp-content/uploads/2020/02/shiv-sena.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)