ସିଆଲକୋଟ: ପୁଲଓ୍ଵାମା ଆକ୍ରମଣ ପରେ ପ୍ରତିଶୋଧ ପରାୟଣ ସ୍ଥିତିରେ ଥିବା ଭାରତକୁ ଭୟ କରିବା ଆରମ୍ଭ କରିଛି ପାକିସ୍ତାନ। ଭାରତୀୟ ସେନା ଯେକୌଣସି ମୁହୂର୍ତ୍ତରେ ଇଟାର ଜବାବ ପଥରରେ ଦେଇପାରନ୍ତି ବୋଲି ଆଶଙ୍କା ରହିଛି। ଏହି ପରିସ୍ଥିତିରେ ପାକିସ୍ତାନୀ ସେନାମୁଖ୍ୟ ଜେନେରାଲ୍ କ୍ୱାମାର ଜାଭେଦ ବଜଓ୍ଵା ରବିବାର ନିଜ ଦେଶର ରକ୍ଷା କରିବାକୁ ଏକ ପବିତ୍ର କାର୍ଯ୍ୟ ବୋଲି କହିଛନ୍ତି। ପାକିସ୍ତାନୀ ସେନା ନିଜ ଦେଶର ରକ୍ଷା କରିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରିବେ ବୋଲି ସେ ଦୃଢ଼ ଭାବେ ପ୍ରକାଶ କରିଛନ୍ତି।
ଜେନେରାଲ ବଜଓ୍ଵା ରବିବାର ସିଆଲ୍କୋଟ ଓ୍ଵାର୍କିଂ ବାଉଣ୍ଡ୍ରିକୁ ଯାତ୍ରା କରିବା ସମୟରେ ସୈନିକମାନଙ୍କ ସହ କଥା ହେବା ଅବସରରେ ଏପରି କହିଛନ୍ତି। ସୈନିକମାନଙ୍କ ସହ କଥା ହେବା ସମୟରେ ବଜଓ୍ଵା ସେମାନଙ୍କର ସାହସ ଓ ତତ୍ପରତାକୁ ପ୍ରଶଂସା ମଧ୍ୟ କରିଛନ୍ତି।
/sambad/media/post_attachments/wp-content/uploads/2019/02/765252-paramilitary-300x171.jpg)
ପାକିସ୍ତାନୀ ସେନାମୁଖ୍ୟ ଦାବିର ସହ ଆହୁରି ବି କହିଛନ୍ତି ଯେ ‘ଦେଶର ସୁରକ୍ଷା ଦାୟିତ୍ୱ ଯେହେତୁ ଉଚିତ ଲୋକଙ୍କ ହାତରେ ରହିଛି, ତେଣୁ ଭୟର କୌଣସି କାରଣ ନାହିଁ। ମାତୃଭୂମିର ରକ୍ଷା କରିବାଠାରୁ ବେଶି ପବିତ୍ର କାମ ଆଉ କିଛି ନାହିଁ। ମୁଁ ସେନାର ନେତୃତ୍ୱ ନେଉଥିବାରୁ ଗର୍ବ ଅନୁଭବ କରୁଛି। ଏହି କର୍ତ୍ତବ୍ୟକୁ ନିଭାଇବା ପାଇଁ ମୁଁ ସଦା ପ୍ରସ୍ତୁତ।’
ବଜଓ୍ଵା ପାକିସ୍ତାନର ପ୍ରସିଦ୍ଧ ଖବରକାଗଜ ‘ଡନ୍’କୁ ନିଜର ବୟାନ ଦେଇ କହିଛନ୍ତି ଯେ ‘ପାକିସ୍ତାନ ଏକ ଶାନ୍ତିପ୍ରିୟ ରାଷ୍ଟ୍ର, ମାତ୍ର ତାକୁ କେହି ଭୟଭୀତ କରାଇପାରିବେ ନାହିଁ। କିଏ ଯଦି ଆକ୍ରମଣ କରିବାର ଦୁଃସାହସ କରେ ତେବେ ତାକୁ ତାହାର ଓଲଟା ପରିଣାମ ଭୋଗିବାକୁ ପଡ଼ିବ।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/02/765435-738273-bajwa-zee.jpg)