ବିଶେଷତ୍ବ:
* ଅଗ୍ନିବୀର ଭାବେ ସେନାରେ ଭର୍ତ୍ତି ହୋଇ ଦେଶସେବା କରିବାର ସୁଯୋଗ।
* ଅଗ୍ନିପଥ ଯୋଜନା ଜରିଆରେ ସେନାରେ ସମସ୍ତ ସୈନିକ, ନାବିକ ଓ ବୈମାନିକ (ଏୟାରମ୍ୟାନ୍)ଙ୍କୁ ନିଯୁକ୍ତି ମିଳିବ।
* ସାରା ଭାରତରୁ ମେଧାଭିତ୍ତିକ ନିଯୁକ୍ତି।
* ଚାରିବର୍ଷର କାର୍ଯ୍ୟକାଳ।
* ଆକର୍ଷଣୀୟ ମାସିକ ଦରମା ଏବଂ ଚାରିବର୍ଷ ପରେ ‘ସେବାନିଧି’ ପ୍ୟାକେଜ।
* ନିୟମିତ କ୍ୟାଡର ପାଇଁ ଆବେଦନ କରିବାର ସୁଯୋଗ।
* ୪ ବର୍ଷ ପରେ ୨୫% ଅଗ୍ନିବୀରଙ୍କୁ ଯୋଗ୍ୟତା ଭିତ୍ତିରେ ନିୟମିତ କ୍ୟାଡର ପାଇଁ ଚୟନ କରାଯିବ।

Advertisment

ଭର୍ତ୍ତି ହେବାର ବୟସ: ୧୭.୫ରୁ ୨୧ ବର୍ଷ (କେବଳ ଚଳିତବର୍ଷ ପାଇଁ ୧୭.୫ରୁ ୨୩ ବର୍ଷ)

ତାଲିମ: ମିଲିଟାରି ଟ୍ରେନିଂ ସେଣ୍ଟରଗୁଡ଼ିକରେ କଠୋର ତାଲିମ ଦିଆଯିବ

ସେବା: ଜଳ, ସ୍ଥଳ, ଆକାଶରେ ପାର୍ବତ୍ୟାଞ୍ଚଳଠାରୁ ମରୁଭୂମି ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଅବସ୍ଥାପିତ ହୋଇ ଦେଶସେବା କରିବାର ସୁଯୋଗ ମିଳିବ

ଆର୍ଥିକ ପ୍ୟାକେଜ: ପ୍ରଥମ ବର୍ଷ ପ୍ରାୟ ଟ୪.୭୬ ଲକ୍ଷ ଓ ୪ର୍ଥ ବର୍ଷ ପ୍ରାୟ ଟ୬.୯୨ ଲକ୍ଷ।

ଭତ୍ତା: ରିସ୍କ ଆଣ୍ଡ ହାର୍ଡସିପ, ରେସନ, ଡ୍ରେସ୍ ଓ ଟ୍ରାଭେଲ ଭତ୍ତା ମିଳିବ

ସେବାନିଧି: ନିଜ ମାସିକ ଦରମାରୁ ୩୦ ପ୍ରତିଶତ କଟିବ ଓ ସରକାର ବି ସମାନ ପରିମାଣ ଅର୍ଥ ଦେବେ। ୪ ବର୍ଷ ପରେ ଏହାର ସୁଧମୂଳ ମିଶାଇ ପ୍ରାୟ ୧୧.୭୧ ଲକ୍ଷ ଟଙ୍କା ସେବାନିଧି ଆକାରରେ ମିଳିବ, ଯାହା ଉପରେ କୌଣସି ଟିକସ ଦେବାକୁ ପଡ଼ିବ ନାହିଁ।

ମୃତ୍ୟୁ ପାଇଁ କ୍ଷତିପୂରଣ: ୧) ଚାକିରିକାଳ ଭିତରେ ମୃତ୍ୟୁ ହେଲେ ଆଉ ଯେତିକି ଦିନ ଚାକିରି ବାକି ଥିବ ସେତେଦିନର ପୂରା ଦରମା ମିଳିବ, ୨) ୪୮ ଲକ୍ଷ ଟଙ୍କାର ଜୀବନବୀମା ରାଶି ମିଳିବ, ଯେଉଁଥିପାଇଁ କୌଣସି ପ୍ରିମିୟମ ଦେବାକୁ ପଡ଼ି ନ ଥିବ, ୩) ୪୪ ଲକ୍ଷ ଟଙ୍କାର ଅତିରିକ୍ତ ଅନୁକମ୍ପା ରାଶି ମିଳିବ।

ଅକ୍ଷମତା ପାଇଁ କ୍ଷତିପୂରଣ: ଚାକିରିକାଳରେ ଶାରୀରିକ ଅକ୍ଷମ ହୋଇଗଲେ ୧୦୦, ୭୫ ଓ ୫୦ ପ୍ରତିଶତ ଅକ୍ଷମତା ପାଇଁ ଯଥାକ୍ରମେ ୪୪, ୨୫ ଓ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ମିଳିବ।

ଚାରିବର୍ଷ ଶେଷରେ: ସେବାନିଧି ପ୍ୟାକେଜ ଓ ସ୍କିଲ ଗେନ୍‌ଡ ସାର୍ଟିଫିକେଟ ମିଳିବ।