ସଂଘୀୟ ମେଣ୍ଟ ପାଇଁ ଦିଲ୍ଲୀରେ ମମତା

ନୂଆଦିଲ୍ଲୀ: ଦେଶରେ ବିଜେପି ଓ କଂଗ୍ରେସ ଶାସନକୁ ମୂଳପୋଛ କରିବା ପାଇଁ ଏକ ତୃତୀୟ ସାମୁଖ୍ୟ ତଥା ସଂଘୀୟ ମେଣ୍ଟ ଗଠନ ଉଦ୍ଦେଶ୍ୟରେ ପ୍ରସ୍ତୁତି ଜୋରଦାର ଆରମ୍ଭ ହୋଇଯାଇଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍‌ସି ନେତ୍ରୀ ମମତା ବାନାର୍ଜୀ ଏଥିପାଇଁ ଆଜି ଚାରି ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ଏନ୍‌ସିପି ମୁଖ୍ୟ ଶରଦ ପଓ୍ଵାରଙ୍କୁ ଭେଟି ମମତା ଏହି ମେଣ୍ଟ ଗଠନ ସମ୍ପର୍କରେ ଚର୍ଚ୍ଚା କରିବେ। ପୂର୍ବରୁ ଅଖିଲେଶ ଯାଦବ ଓ ମାୟାବତୀଙ୍କୁ ମଧ୍ୟ ଭେଟି ମମତା ଏହି ସଂଘୀୟ ମେଣ୍ଟ ସମ୍ପର୍କରେ ଆଲୋଚନା କରିଛନ୍ତି। ମମତା ଏହି ଗସ୍ତ ସମୟରେ ସଦ୍ୟ ଏନ୍‌ଡିଏର ହାତ ଛାଡ଼ିିଥିବା ଟିଡିପି ମୁଖ୍ୟ ତଥା ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲଙ୍କ ସମେତ ଜେଡିୟୁର ପୂର୍ବତନ ଅଧ୍ୟକ୍ଷ ଶରଦ ଯାଦବଙ୍କୁ ମଧ୍ୟ ଭେଟି ତୃତୀୟ ସାମୁଖ୍ୟ ସମ୍ପର୍କରେ ଆଲୋଚନା କରିବେ ି। ଅପରପକ୍ଷେ, କଂଗ୍ରେସ ବିନା ଏପରି ସଂଘୀୟ ମେଣ୍ଟ ଗଠନ ସମ୍ଭବ ନୁହେଁ ବୋଲି କଂଗ୍ରେସ ମତ ରଖିିଛି। ଏଣେ ଜେଡିଏସ୍‌ ମୁଖ୍ୟ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଦେବଗୌଡ଼ା କଂଗ୍ରେସର ସର୍ବଦଳୀୟ ଯୋଜନାକୁ ସମାଲୋଚନା କରିବା ସହ ମମତାଙ୍କ ପ୍ରସ୍ତାବିତ ତୃତୀୟ ସାମ୍ମୁଖ୍ୟର ପ୍ରଶଂସା କରିଛନ୍ତି। ସେହିପରି ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଛତିଶଗଡ଼ ଜନତା କଂଗ୍ରେସ ମୁଖ୍ୟ ଅଜିତ୍‌ ଯୋଗୀ ଏହି ତୃତୀୟ ସାମ୍ମୁଖ୍ୟକୁ ସମର୍ଥନ କରିବା ସହ ଏହା ୨୦୧୯ରେ ଅସଲ ରୂପ ଦେଖାଇବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର