ଵାସିଂଟନ: ଆମେରିକାର ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ ଦ୍ବିତୀୟ ଥର ପାଇଁ ଆଶାୟୀ ଥିବା ରାଷ୍ଟ୍ରପତି ଡୋନାଲ୍ଢ ଟ୍ରମ୍ପ୍ଙ୍କୁ କୋଭିଡ୍ ସଂକ୍ରମଣ ଯୋଗୁଁ ଗୁରୁତ୍ବପୂର୍ଣ୍ଣ ନିର୍ବାଚନ ପ୍ରଚାରରୁ ଦୀର୍ଘ ଦଶ ଦିନ କାଳ ବିରତ ରହିବାକୁ ପଡ଼ିଥିଲା। ତେବେ ଗତ ସୋମବାର ସେ ଫ୍ଲୋରିଡ଼ାଠାରେ ନିଜ ସମର୍ଥକମାନଙ୍କୁ ଉଦ୍ବୋଧନ ଦେଇ ନିଜର ପ୍ରଚାର କାର୍ଯ୍ୟ ପୁଣି ଆରମ୍ଭ କରିଛନ୍ତି। ନିଜକୁ ଖୁବ୍ ସଶକ୍ତ ମନେ କରୁଥିବା ଟ୍ରମ୍ପ୍ କହିଛନ୍ତି। ଏପରିକି ସେ ସମସ୍ତଙ୍କ ପାଖକୁ ଚାଲି ଚାଲି ଯାଇପାରିବେ ଏବଂ ଶୁଭେଚ୍ଛୁ ଓ ସୁନ୍ଦରୀମାନଙ୍କୁ ଦୃଢ଼ ଚୁମ୍ବନ ଦେଇପାରିବେ ବୋଲି କହିଛନ୍ତି। ତେବେ ତାଙ୍କର ଏପରି ଜନତାଙ୍କ ମଧ୍ୟରେ ସାମିଲ ହେବା ଆଚରଣରୁ ବିଶେଷଜ୍ଞମାନେ କଡ଼ା ସମାଲୋଚନା କରିଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp