ନୂଆଦିଲ୍ଲୀ : ଜମାଟୋ ପାଇଁ କାମ କରୁଥିବା ଜଣେ ମହିଳା ଡେଲିଭରି ଏଜେଣ୍ଟ ନିଜର ୨ ଶିଶୁଙ୍କୁ କାଖରେ ଧରି ଗ୍ରାହକଙ୍କ ଠିକଣାରେ ଖାଦ୍ୟ ପହଞ୍ଚାଉଛନ୍ତି। ପିଲାଙ୍କର ଯତ୍ନ ନେବାପାଇଁ ଘରେ କେହି ନଥିବାରୁ ସେ ନିଜେ ୨ ପିଲାଙ୍କୁ ସାଙ୍ଗରେ ଧରି ଦିନ ତମାମ କାମ କରୁଛନ୍ତି। ଜଣେ ବ୍ଲଗର ଉକ୍ତ ମହିଳାଙ୍କ ସଂଘର୍ଷ ସମ୍ପର୍କରେ ସୋସିଆଲ ମିଡିଆରେ ପୋଷ୍ଟ୍ କରିବାପରେ ତାଙ୍କ କାମକୁ ଜୋରଦାର ପ୍ରଶଂସା କରାଯାଇଛି।
ଉକ୍ତ ମହିଳାଙ୍କର ଗୋଟିଏ ଝିଅ ଏବଂ ଗୋଟିଏ ପୁଅ ଅଛନ୍ତି। ଝିଅକୁ ସେ କାଖରେ ଧରି ବୁଲୁଥିବାବେଳେ ତାଙ୍କ ଛୋଟ ପୁଅ ତାଙ୍କୁ କାମରେ ସାହାଯ୍ୟ କରେ। ଭିଡିଓଟି ଭାଇରାଲ୍ ହେବାପରେ ଜମାଟୋ ଏହି ଭିଡିଓକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛି। ଜମାଟୋ ଉକ୍ତ ମହିଳାଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଛି। ତାଙ୍କ ୨ ଶିଶୁଙ୍କ ପାଇଁ ଆବଶ୍ୟକ ବ୍ୟବସ୍ଥା କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବ ବୋଲି କହିଛି। ତେବେ ଏହି ମହିଳା କେଉଁ ସ୍ଥାନର ତାହା ସ୍ପଷ୍ଟ ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/467b4a8f-dd5e-4528-8efc-5d2a10c89d31.jpg)