ତିରୁଅନନ୍ତପୁରମ୍: ତିରୁଅନନ୍ତପୁରମ୍ ମେଡିକାଲ କଲେଜରେ ଜଣେ ସ୍ନାତକୋତ୍ତର ଡାକ୍ତରୀ ଛାତ୍ରୀଙ୍କ ଅପମୃତ୍ୟୁ ନେଇ ପୁଲିସ ମେଡିକାଲ ପିଜି ଆସୋସିଏସନର ପୂର୍ବତନ ରାଜ୍ୟ ସଭାପତି ଡାକ୍ତର ରୁୱାଇଜ୍ ଇଏଙ୍କ ବିରୋଧରେ ଆତ୍ମହତ୍ୟା ପାଇଁ ବାଧ୍ୟ କରିବା ଓ ଯୌତୁକ ନିଷେଧ ଆଇନର ଧାରା ଅନୁଯାୟୀ ମାମଲା ରୁଜୁ କରିଛି। ତିରୁଅନନ୍ତପୁରମ ସରକାରୀ ମେଡିକାଲ କଲେଜରେ ସର୍ଜରୀ ବିଭାଗର ସ୍ନାତକୋତ୍ତର ଡାକ୍ତରୀ ଛାତ୍ରୀ ଶାହାନା (୨୬)ଙ୍କ ମୃତଦେହ ମଙ୍ଗଳବାର ତାଙ୍କ ଆପାର୍ଟମେଣ୍ଟରୁ ମିଳିଥିଲା। ସାହାନାଙ୍କ ସହ ରୁୱାଇଜଙ୍କ ବିବାହ ସ୍ଥିର ହୋଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ରୁୱାଇଜଙ୍କ ପରିବାର ୧୫୦ ଭରି ସୁନା, ୧୫ ଏକର ଜମି ଏବଂ ଏକ ବିଏମ୍‌ଡବ୍ଲ୍ୟୁ କାର୍ ଯୌତୁକ ଆକାରରେ ଦାବି କରିଥିଲେ। ସାହାନାଙ୍କ ପରିବାର ପ୍ରଥମେ ୫୦ ଭରି ସୁନା, ୫୦ ଲକ୍ଷ ଟଙ୍କାର ସମ୍ପତ୍ତି ଏବଂ ଏକ କାର୍ ଦେବାକୁ ରାଜି ହୋଇଥିଲେ। ତେବେ ରୁୱାଇଜଙ୍କ ପରିବାର ଏଥିରେ ରାଜି ନ ହୋଇ ବିବାହରୁ ଓହରି ଯାଇଥିଲେ। ଏହା ସାହାନାଙ୍କୁ ଗଭୀର ମାନସିକ ଆଘାତ ଦେଇଥିଲା ଏବଂ ସେ ଆତ୍ମହତ୍ୟା କରିଥିଲେ।