ପୁଣେ: ଝିଅ ଜନ୍ମ ହେଲେ ଦେବାକୁ ପଡ଼ିବନି ହସ୍ପିଟାଲ ଖର୍ଚ୍ଚ। ଯଦି କୌଣସି ଦମ୍ପତି ଶିଶୁକନ୍ୟାକୁ ଜନ୍ମ ଦେଉଛନ୍ତି, ତେବେ ପ୍ରସବ ପାଇଁ ହୋଇଥିବା ସମସ୍ତ ଖର୍ଚ୍ଚ ଛାଡ କରାଯିବ। ଏହି ଖବର ଶୁଣିବା ପରେ ଆପଣଙ୍କୁ ବିଶ୍ବାସ କରିବା ପାଇଁ କଷ୍ଟ ହେଉଥିଲେ ବି ଏହା ସତ। ପୁଣେର ଏକ ହସ୍ପିଟାଲରେ ଏହି ନିୟମ ରହିଥିବା ଜଣାପଡ଼ିଛି।

Advertisment

ପୁଣେର ଏକ ଡାକ୍ତରଖାନା 'ବେଟି ବଚାଓ ମିଶନ୍'ର ଜୀବନ୍ତ ଉଦାହରଣ ପାଲଟିଛି। କନ୍ୟା ଭ୍ରୁଣ ହତ୍ୟାକୁ ରୋକିବା ପାଇଁ ପୁଣେର ଏକ ଡାକ୍ତରଖାନା ଏହି ନିୟମ ଲାଗୁ କରିଛି। ଯଦି ଏହି ଡାକ୍ତରଖାନାରେ କୌଣସି ଦମ୍ପତିଙ୍କର କନ୍ୟା ସନ୍ତାନ ଜନ୍ମ ହୁଏ ତେବେ ପ୍ରସବ ପାଇଁ ହୋଇଥିବା ସମସ୍ତ ଖର୍ଚ୍ଚ ଛାଡ କରାଯାଇଥାଏ। ଏହି ନିୟମ ଲାଗୁ କରିବା ସହ ଏହି ଡାକ୍ତରଖାନା ଲୋକଙ୍କୁ କନ୍ୟା ଭ୍ରୁଣ ହତ୍ୟାକୁ ରୋକିବା ପାଇଁ ସଚେତନ ମଧ୍ୟ କରାଉଥିବା ଜଣାପଡ଼ିଛି।

ସୂଚନା ମୁତାବକ, ଗତ ୧୧ବର୍ଷ ମଧ୍ୟରେ ପୁଣେର ହଡପସରସ୍ଥିତ ମାଟରନିଟି ମଲ୍ଟି ସ୍ପେସିଆଲିଟି ହସ୍ପିଟାଲରେ ୨୪୦୦ରୁ ଅଧିକ ମହିଳାଙ୍କର ମାଗଣାରେ ପ୍ରସବ କରାଯାଇଛି। ଡାକ୍ତରଖାନାର ଡା. ଗଣେଶ ରାଖ ଦାବି କରିଛନ୍ତି ଯେ, ଏଥିପାଇଁ ସେ ଗର୍ଭବତୀଙ୍କ ପରିବାରଠାରୁ ଗୋଟିଏ ଟଙ୍କା ମଧ୍ୟ ନେଇ ନାହାଁନ୍ତି।

ଡା. ଗଣେଶ ରାଖ କହିଛନ୍ତି ଯେ, କନ୍ୟା ଭ୍ରୁଣ ହତ୍ୟା ବିରୋଧରେ ଆମର ଏହି ଅଭିଯାନ ୨୦୧୨ରେ ଆରମ୍ଭ ହୋଇଥିଲା। ପରେ ଅନେକ ରାଜ୍ୟ ଏବଂ ଆଫ୍ରିକୀୟ ଦେଶ ଏଥିରେ ଯୋଗ ଦେଇଥିଲେ। ଆମର ଏହି ନିଷ୍ପତ୍ତି ପରଠାରୁ ସ୍ଥାନୀୟ ଅଞ୍ଚଳରେ କନ୍ୟା ଭ୍ରୁଣ ହତ୍ୟାର ସଂଖ୍ୟା କମ ହୋଇଛି।