ଲାହୋର: ଚାକିରି ନ ଛାଡ଼ିବାରୁ ସୋମବାର ଦିନ ଜଣେ ୨୭ ବର୍ଷୀୟ ପାକିସ୍ତାନୀ ସାମ୍ବାଦିକଙ୍କୁ ତାଙ୍କ ସ୍ୱାମୀ ଗୁଳି ମାରି ହତ୍ୟା କରିଥିବା କଥା କୁହାଯାଉଛି।

Advertisment

ଦୁହେଁ ସାତ ମାସ ତଳେ ବିବାହ କରିଥିଲେ, କିନ୍ତୁ ସହସା ସେମାନଙ୍କର ସମ୍ପର୍କ ତିକ୍ତ ହୋଇଯାଇଥିବା କଥା ଏଫ୍‌ଆଇଆର୍‌ରୁ ଜଣାପଡ଼ିଛି।
କେନ୍ଦ୍ରୀୟ ଲାହୋରର କିଲା ଗୁଜ୍ଜାର ସିଂହ ଠାରେ ଅବସ୍ଥିତ ଏକ ଉର୍ଦ୍ଦୁ ଦୈନିକ ଖବରକାଗଜରେ ସେ ସାମ୍ବାଦିକା ଉରୂଜ୍‌ ଇକ୍‌ବାଲ୍‌ କାମ କରନ୍ତି। ତାଙ୍କ ସ୍ୱାମୀ ଦିଲ୍‌ଓ୍ଵାର୍‌ ଅଲି କାର୍ଯ୍ୟାଳୟ ମଧ୍ୟକୁ ପ୍ରବେଶ କରି ତାଙ୍କ ମୁଣ୍ଡକୁ ଗୁଳି ମାରିବାରୁ ତାଙ୍କର ମୃତ୍ୟୁ ଘଟିଥିବା କଥା ବରିଷ୍ଠ ପୁଲିସ ଅଧିକାରୀ ଦୋସ୍ତ ମହମ୍ମଦ କହିଛନ୍ତି।

ଉରୂଜଙ୍କୁ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ସେତେବେଳକୁ ବହୁ ବିଳମ୍ବ ଘଟିଥିଲା।

ମହମ୍ମଦ କହିଛନ୍ତି: ଉରୂଜଙ୍କ ଭାଇ ୟାସିର୍‌ ଇକ୍‌ବାଲ୍‌ ଅଭିଯୋଗ କରିବା ପରେ ଅନ୍ୟ ଏକ ଉର୍ଦ୍ଦୁ ଦୈନିକରେ କାର୍ଯ୍ୟରତ ପୀଡ଼ିତାଙ୍କ ସ୍ୱାମୀ ଦିଲଓ୍ଵାର୍‌ଙ୍କ ବିରୋଧରେ ଏଫ୍‌ଆଇଆର୍‌ ପଞ୍ଜିକରଣ କରାଯାଇଛି।

publive-image Image Source: Hindustan

ଏଫ୍‌ଆଇଆର୍‌ରେ ଇକ୍‌ବାଲ୍‌ କହିଛନ୍ତି, ତାଙ୍କ ଭଉଣୀ ସାତ ମାସ ତଳେ ଅଲିଙ୍କୁ ପ୍ରେମ ବିବାହ କରିଥିଲେ। ଘରର କେତେକ କଥା ଯୋଗୁଁ ସହସା ସେମାନଙ୍କ ସମ୍ପର୍କ ବିଗିଡ଼ି ଯାଇଥିଲା। ଚାକିରି ଛାଡ଼ିବାକୁ ଅଲି ତାଙ୍କୁ ବରାବର କହୁଥିଲେ।

ସେ ଆହୁରି କହିଛନ୍ତି ଯେ ସେଥିପାଇଁ ଅଲି ଉରୂଜଙ୍କୁ ନିର୍ଯାତନା ଦେଉଥିଲେ ଏବଂ ସେ ବିଷୟରେ ନିକଟ ଅତୀତରେ ସେ ଅଲିଙ୍କ ବିରୋଧରେ ଅଭିଯୋଗ ଦାଏର କରିଥିଲେ। କିନ୍ତୁ, ପୁଲିସ କୌଣସି ପଦକ୍ଷେପ ଗ୍ରହଣ କରି ନ ଥିଲା।

ସ୍ୱାମୀଙ୍କ ସହ ସମ୍ପର୍କ ବିଗିଡ଼ି ଯିବା ପରେ କ୍ରଇମ୍‌ ରିପୋର୍ଟର୍‌ ଉରୂଜ୍‌ ଖବରକାଗଜ କାର୍ଯ୍ୟାଳୟ ଚାଲିଥିବା ଅଟ୍ଟାଳିକାର ଗୋଟିଏ କକ୍ଷରେ ରହୁଥିଲେ। ସିସିଟିଭି ଫୁଟେଜ୍‌ ସଂଗ୍ରହ କରି ପୁଲିସ ଫୋରେନ୍‌ସିକ୍‌ ଯାଞ୍ଚ ପାଇଁ ପଠାଇଛି ବୋଲି କହିଛି।