ରାଞ୍ଚି: ମଙ୍ଗଳବାର ରାତିରେ ପାଟ୍ରୋଲିଙ୍ଗ୍ ଡିୟୁଟି କରୁଥିବା ଜଣେ ମହିଳା ସବ୍-ଇନ୍ସ୍ପେକ୍ଟର୍ଙ୍କୁ ରାଞ୍ଚି ଅନ୍ତର୍ଗତ ତୁପୁଦାନା ଥାନା ଅଞ୍ଚଳରେ ଗୋଟାଏ ପିକ୍ଅପ୍ ଭ୍ୟାନ୍ ଚଢ଼ାଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି।
ରାତି ପ୍ରାୟ ୩ଟା ବେଳେ ସବ୍-ଇନ୍ସ୍ପେକ୍ଟର୍ ସନ୍ଧ୍ୟା ଟୋପ୍ନୋ ଯାଞ୍ଚ ପାଇଁ ଗୋଟାଏ ଗାଡ଼ିକୁ ଅଟକାଇବା ବେଳେ ଘଟଣାଟି ଘଟିଛି।
ଘଟଣା ସଂକ୍ରାନ୍ତରେ ସୁନିଶ୍ଚିତ କରି ରାଞ୍ଚି ସହର ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ ଅଂଶୁମାନ କୁମାର କହିଛନ୍ତି, ସନ୍ଧ୍ୟା ଟୋପ୍ନୋ ରାତିରେ ପାଟ୍ରୋଲିଙ୍ଗ୍ କରୁଥିଲେ। ଜାଣିଶୁଣି ତାଙ୍କ ଉପରେ ଗାଡ଼ି ଚଢ଼ାଇ ଦିଆଯାଇଥିବା କଥା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଆମେ ଡ୍ରାଇଭର୍କୁ ଅଟକ ରଖିବା ସହ ଗାଡ଼ିଟିକୁ ଜବତ୍ କରିଛୁ।
Image Courtesy of Jhadkhand Samacharଅଟକ ରଖାଯାଇଥିବା ବ୍ୟକ୍ତି ଅଥବା ଗାଡ଼ି ଚୋରାଚାଲାଣ ଭଳି କୌଣସି ବେଆଇନ କାର୍ଯ୍ୟରେ ଲିପ୍ତ ଥିଲେ କି, ନାହିଁ ବୋଲି ପଚରା ଯିବାରୁ ଏସ୍. ପି. କୁମାର କହିଲେ ଯେ, ତଦନ୍ତ ଚାଲିଛି। ତଦନ୍ତ ପରେ ସବିଶେଷ ବିବରଣୀ ଜଣାଇ ଦିଆଯିବ।
ଉଲ୍ଲେଖଯୋଗ୍ୟ, ଉପରୋକ୍ତ ଘଟଣାର ଦିନକ ପୂର୍ବରୁ ହରିୟାଣାର ନୂହ୍ ଅନ୍ତର୍ଗତ ପଞ୍ଚଗାଓଁରେ ଖଣି ମାଫିଆମାନେ ଡିଏସ୍ପି ସ୍ତରର ପୁଲିସ ଅଧିକାରୀ ସୁରେନ୍ଦ୍ର ସିଂହଙ୍କ ଉପରେ ଟ୍ରକ୍ ଚଢ଼ାଇ ହତ୍ୟା କରିଥିଲେ। ଘଟଣାସ୍ଥଳରୁ ଖସି ପଳାଇଥିବା ଅଭିଯୁକ୍ତଙ୍କୁ ‘ସିସିଟିଭି’ ଫୁଟେଜ୍ ସହାୟତାରେ ପୁଲିସ ଗିରଫ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/cop.jpg)