ଲଣ୍ଡା ହେଲେ ଶିକ୍ଷୟିତ୍ରୀ, କେଶକୁ ରାହୁଲ ଗାନ୍ଧୀଙ୍କ ପାଖକୁ ପଠାଇବେ !

ଭୋପାଳ: ମଧ୍ୟପ୍ରଦେଶର ଭୋପାଳରେ ଗତ ଗତ ବୁଧବାର ଜଣେ  ଶିକ୍ଷୟିତ୍ରୀ ଲଣ୍ଡା ହୋଇ ତାଙ୍କ କେଶ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପାଖକୁ ପଠାଇଥିବା ଜଣାପଡ଼ିଛି। ଏହି ଶିକ୍ଷୟତ୍ରୀଙ୍କ ନାମ ହେଉଛି ଶାହିନ୍‌ ଖାନ୍‌।

Image result for madhya-pradesh-female-guest-scholar-shaved-head
News18 Hindi

ନିର୍ବାଚନ ପରେ ସରକାର ଅତିଥି ଶିକ୍ଷୟତ୍ରୀ ଓ ଶିକ୍ଷକଙ୍କ ଦାବି ପୂରଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଆଜି ଯାଏଁ ତାହା ପୂରଣ ହୋଇ ପାରିଲା ନାହିଁ। ଏହାକୁ ନେଇ ୭୨ ଦିନ ହେବ ଆନ୍ଦୋଳନ ଚାଲିଥିଲା। ଏହା ସତ୍ତ୍ୱେ ସରକାର କୌଣସି କଥା ଶୁଣୁ ନାହାନ୍ତି। ଆମେ ପିଲାଙ୍କ ଭବିଷ୍ୟତ ନିର୍ମାଣ ପାଇଁ ଚେଷ୍ଟା କରୁଛୁ କିନ୍ତୁ ସରକାର ଆମ ଭବିଷ୍ୟତକୁ ଅନ୍ଧକାର ମଧ୍ୟକୁ ଠେଲି ଦେଉଛନ୍ତି। ଯେଉଁ ପର୍ଯ୍ୟନ୍ତ ସରକାର ଲିଖିତ ଆକାରରେ ପ୍ରତିଶ୍ରୁତି ପାଳନ କରିବାର ଆଦେଶ ଦେଇ ନାହାନ୍ତି। ସେପର୍ଯ୍ୟନ୍ତ ଆମେ ଧାରଣାରେ ବସି ରହିବୁ ବୋଲି ଶିକ୍ଷୟିତ୍ରୀ ଶାହିନ ଖାନ୍‌ କହିଛନ୍ତି।

ଅତିଥି ବିଦ୍ୱାନ୍‌ ନିୟମିତକରଣ ସଂଘର୍ଷ ମୋର୍ଚ୍ଚାର ଅଧ୍ୟକ୍ଷ ଦେବରାଜ ସିଂହ କହିଛନ୍ତି, ଏହାଠାରୁ ଦୁଃଖର ଦିନ ଅତିଥି ବିଦ୍ୱାନ୍‌ କେବେ ଦେଖି ନ ଥିଲା। କାରଣ ଜଣେ ମହିଳା ନିଜର କେଶକୁ ତ୍ୟାଗ କରି ଦେଇଛନ୍ତି। ଶାହିନ୍‌ ଯେଉଁ କେଶ କାଟିଛନ୍ତି ତାକୁ ସେ ରାହୁଲ ଗାନ୍ଧୀଙ୍କ ପାଖକୁ ପଠାଇବେ। ଏପରି କରିଲେ ଯାଇ  ଜାଣି ପାରିବେ କି ସେ ଦେଇଥିବା ପ୍ରତିଶ୍ରୁତିକୁ ଏଯାଏଁ ପୂରା କରି ପାରି ନାହାନ୍ତି।

Image result for madhya-pradesh-female-guest-scholar-shaved-head
मध्य प्रदेश – पंजाब केसरी

ସେହିପରି ମହିଳା ଶିକ୍ଷୟିତ୍ରୀ କେଶ କାଟି ଲଣ୍ଡା ହେବା ଘଟଣାକୁ ନେଇ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ଵାନ୍‌ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ କମଳନାଥଙ୍କୁ ଟୁଇଟରରେ ଆକ୍ଷେପ କରିଛନ୍ତି। ଶିବରାଜ ସିଂହ ଚୌହ୍ଵାନ୍‌ କମଳନାଥଙ୍କ ୨୦୧୮ ଫେବ୍ରୁଆରି ମାସର ଏକ ପୁରୁଣା ଟୁଇଟ ସେୟାର କରି ଲେଖିଛନ୍ତି, ମୁଖ୍ୟମନ୍ତ୍ରୀଜୀ  ଆଜି ବି କେଶ ନାରୀର ସମ୍ମାନର ପ୍ରତୀକ ଅଟେ। ଅତିଥି ବିଦ୍ୱାନ୍‌ ଭଉଣୀମାନେ ଶୋଇଥିବା ସରକାରଙ୍କୁ ନିଦରୁ ଉଠାଇବା ପାଇଁ ନିଜ କେଶକୁ ତ୍ୟାଗ କରିବାକୁ ବି ପଛାଇ ନାହାନ୍ତି। କ’ଣ ସେମାନଙ୍କ କଷ୍ଟର ଅନୁଭବ ଆପଣଙ୍କୁ ହେଉଛି ? କ’ଣ ସେମାନଙ୍କ ଭଲ ପାଇଁ ଆପଣ କିଛି ପଦକ୍ଷେପ ଉଠାଇବେ?

ସମ୍ବନ୍ଧିତ ଖବର