ଶିକ୍ଷୟିତ୍ରୀଙ୍କ କଳା କାରନାମା ! ନାବାଳିକା ଛାତ୍ରୀଙ୍କ ଗୁପ୍ତାଙ୍ଗରେ ପେନସିଲ୍‌ ପୂରାଇ ଭିଡିଓ ରେକର୍ଡିଂ ପୁରୁଷ ବନ୍ଧୁଙ୍କୁ ପଠାଉଥିଲେ

ଭୋପାଳ: ଘରୋଇ ଭାବେ ଟ୍ୟୁସନ କରୁଥିବା ଜନୈକା ୧୯ ବର୍ଷ ବୟସ୍କା ଶିକ୍ଷୟିତ୍ରୀ ତାଙ୍କର ଦୁଇ ନାବାଳିକା ଛାତ୍ରୀଙ୍କ ସହ କରିଥିବା କଳା କାରନାମାକୁ ନେଇ ଏବେ ସମଗ୍ର ମଧ୍ୟପ୍ରଦେଶରେ ହଇଚଇ ସୃଷ୍ଟି ହୋଇଛି। ଏହି ଅଭାବନୀୟ ଘଟଣା ଘଟଛି ମଧ୍ୟପ୍ରଦେଶର ମାହୋ ଅଞ୍ଚଳରେ।

ପୁଲିସ ସୂତ୍ରରୁ ହସ୍ତଗତ ହୋଇଥିବା ଘଟଣାର ରିପୋର୍ଟରୁ ପ୍ରକାଶ, ମାହୋ ଅଞ୍ଚଳରେ ରହୁଥିବା ସଂପୃକ୍ତା ୧୯ ବର୍ଷ ବୟସ୍କା ଶିକ୍ଷୟିତ୍ରୀ ଦୁଇ ଜଣ ନାବାଳିକା ଛାତ୍ରୀଙ୍କୁ ଟ୍ୟୁସନ ପଢ଼ାଉଥିଲେ। ଏହି ଦୁଇ ନାବାଳିକା ଛାତ୍ରୀଙ୍କ ମଧ୍ୟରୁ ଜଣଙ୍କର ବୟସ ୩ ବର୍ଷ ହୋଇଥିବା ବେଳେ ଅନ୍ୟ ଜଣଙ୍କର ବୟସ ୬ ବର୍ଷ। ତେବେ, ଗତ ବୁଧବାର ଦିନ ସନ୍ଧ୍ୟାରେ ଛାତ୍ରୀ ଦ୍ୱୟ ଟ୍ୟୁସନ ପଢ଼ିବାକୁ ଆସିଥିବା ବେଳେ ଶିକ୍ଷୟିତ୍ରୀ ଜଣକ ଛାତ୍ରୀ ଦୁଇ ଜଣଙ୍କୁ ଉଲ୍ଲଗ୍ନ କରିବା ସହ ସେମାନଙ୍କ ଗୁପ୍ତାଙ୍ଗରେ ପେନସିଲ୍‌ ଭର୍ତ୍ତି କରିଥିଲେ ଏବଂ ଘଟଣାର ଭିଡିଓ ଚିତ୍ର ଉତ୍ତେଳନ କରି ତାଙ୍କ ପୁରୁଷ ବନ୍ଧୁଙ୍କ ନିକଟକୁ ପଠାଇଥିଲେ। ତେବେ, ଶିକ୍ଷୟିତ୍ରୀଙ୍କର ଏପରି ଅଭାବନୀୟ କାର୍ଯ୍ୟରେ ଛାତ୍ରୀ ଦ୍ୱୟ ଯେତେବେଳେ ଯନ୍ତ୍ରଣାରେ ଚିତ୍କାର କରିବାକୁ ଆରମ୍ଭ କରିଥିଲେ ସେତେବେଳେ ସେ ଏପରି କାର୍ଯ୍ୟ ବନ୍ଦକରି ସେମାନଙ୍କୁ ପାଠ ପଢ଼ାଇବାକୁ ଲାଗିଥିଲେ।

Latestly

ତେବେ, ଛାତ୍ରୀଦ୍ୱୟ ରାତିରେ ଘରକୁ ଫେରିବା ପରେ ସେମାନଙ୍କ ଗୁପ୍ତାଙ୍ଗରେ ଯନ୍ତ୍ରଣା ହେଉଥିବା ନେଇ ନିଜ ନିଜ ମା’ମାନଙ୍କ ନିକଟରେ ଅଭିଯୋଗ କରିଥିଲେ। ପରେ ଛାତ୍ରୀମାନଙ୍କ ମା’ମାନେ ଘଟଣା ସଂପର୍କରେ ଖୋଳତାଡ଼ କରିବା ସହ ଛାତ୍ରୀ ଦୁଇଜଣଙ୍କୁ ପଚାରି ପଚାରି ସବୁ କଥା ଆଦାୟ କରିଥିଲେ। ଶିକ୍ଷୟିତ୍ରୀ ଜଣକ ଛାତ୍ରୀମାନଙ୍କୁ ଦେଇଥିବା ଯୌନ ନିର୍ଯାତନାର ପର୍ଦ୍ଦାଫାଶ ହୋଇଯିବା ପରେ ଉଭୟ ଛାତ୍ରୀଙ୍କ ପିତାମାତାମାନେ ସଙ୍ଗେସଙ୍ଗେ ମାହୋ ପୁଲିସ୍‌ ଥାନାରେ ପହଞ୍ଚି ଘଟଣା ସଂପର୍କରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ପୁଲିସ ଅଭିଯୁକ୍ତା ଶିକ୍ଷୟିତ୍ରୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ଗିରଫ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର