ନୂଆଦିଲ୍ଳୀ: ଏହି ପାର୍ବଣରେ ଲୋକେ ଖୁବ୍ ଅଧିକ ଚାରି ଚକିଆ ଗାଡ଼ି କିଣିଥିବା ରିପୋର୍ଟରୁ ଜାଣିବାକୁ ମିଳିଛି। ନିକଟରେ ଫେଡେରେସନ୍ ଅଫ୍ ଅଟୋମୋବାଇଲ୍ ଡିଲର୍ସ ଆସୋସିଏସନ୍ (ଏଫ୍ଏଡିଏ) ୨୦୧୪ ମସିହା ଅକ୍ଟୋବରରେ ଦୁଇ ଚକିଆ, ତିନି ଚକିଆ, କମର୍ସିଆଲ୍ ଗାଡ଼ି (ସିଭି), ଯାତ୍ରୀବାହୀ ଗାଡ଼ି (ପିଭି) ଏବଂ ଟ୍ରାକ୍ଟର ବିକ୍ରିର ସଂଖ୍ୟାର ଏକ ତାଲିକା ଜାରି କରିଛି।
ଯାହା ଅନୁସାରେ, ୨୦୨୪ ମସିହା ଅକ୍ଟୋବର ମାସର ନବରାତ୍ରୀରୁ ନେଇ ଦୀପାବଳି ପର୍ଯ୍ୟନ୍ତ ଗତଥର ତୁଳନାରେ ଚଳିତବର୍ଷ ଦେଶରେ ୩୨.୧୪ ଓ ଗୁଜୁରାଟରେ ୩୩.୩୯ ପ୍ରତିଶତ ଗାଡ଼ି ବିକ୍ରିର ରେକର୍ଡ ହୋଇଛି।
୨୦୨୩ ମସିହା ଅକ୍ଟୋର ତୁଳନାରେ ୨୦୨୪ ମସିହା ଅକ୍ଟୋବର ମାସରେ ଅଟୋ ମୋବାଇଲସ୍ ବିକ୍ରି କ୍ଷେତ୍ରରେ ବୃଦ୍ଧି ହୋଇଥିବା ଦେଖିବାକୁ ମିଳିଛି। ଗତବର୍ଷ ଅକ୍ଟୋବର ମାସରେ ୨୧,୪୩, ୯୨୯ ଗାଡ଼ି ବିକ୍ରି ପଞ୍ଜିକୃତ ହୋଇଥିବା ବେଳେ ଚଳିତବର୍ଷ ୨୮, ୩୨, ୯୪୪ ଗାଡ଼ି ବିକ୍ରି ପାଇଁ ପଞ୍ଜିକୃତ ହୋଇଥିବା ସୂଚନା ରହିଛି। ଯାହାର ଅର୍ଥ ସାରା ଦେଶରେ ଗାଡ଼ି ବିକ୍ରି ପରିମାଣ ଗତ ବର୍ଷ ନବରାତ୍ରୀରୁ ଦୀପାବଳି ତୁଳନାରେ ଏବର୍ଷ ନବରାତ୍ରୀରୁ ଦୀପାବଳିରେ ୩୨,୧୪ ପ୍ରତିଶତ ବୃଦ୍ଧି ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2024/11/07/GiGREGbEe8O70YAU3J7p.jpg)