ନୂଆଦିଲ୍ଲୀ: ପୁଣି ଦିଲ୍ଲୀରେ ସରକାର ଗଢ଼ିବା ରାସ୍ତାରେ ଆଗକୁ ବଢ଼ୁଛନ୍ତି ଅରବିନ୍ଦ କେଜ୍ରିୱାଲ। ଦିଲ୍ଲୀର ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ଆମ୍ ଆଦମି ପାର୍ଟିକୁ ବହୁମତ ମିଳିବାର ସ୍ପଷ୍ଟ ହୋଇଯାଇଛି । ୭୦ ଆସନ ବିଶିଷ୍ଟ ଏହି ବିଧାନସଭାରେ ବହୁମତ ହାସଲ କରି ସରକାର ଗଠନ ଲାଗି ମାତ୍ର ୩୬ଟି ଆସନ ଦରକାର ପଡ଼ୁଥିବା ବେଳେ ଶାସନରେ ଥିବା ଆମ୍ ଆଦମୀ ପାର୍ଟି ଏଯାବତ୍ ମିଳିଥିବା ଟ୍ରେଣ୍ଡ୍ ଅନୁସାରେ ୪୯ଟିରେ ଆଗୁଆ ରହିଛି। ଆପ୍ ବହୁମତ ହାସଲ କରିବା ଏକ ପ୍ରକାର ନିଶ୍ଚିତ ବୋଲି କୁହାଯାଇପାରେ ।
/sambad/media/post_attachments/wp-content/uploads/2020/02/kejriwal-1.jpg)
ଫଳାଫଳ ଆସିବା ପୂର୍ବରୁ କେଜ୍ରିୱାଲଙ୍କ ଘର ସମ୍ମୁଖରେ ଆପ୍ ସମର୍ଥକ ‘ଅଲ ଦ ବେଷ୍ଟ’ ଲେଖିଛନ୍ତି । ଦଳ ପକ୍ଷରୁ ବିଜୟ ଉତ୍ସବ ପାଇଁ ପ୍ରସ୍ତୁତି ପର୍ବ ଶେଷ ହୋଇଛି, କେବଳ ଫଳାଫଳକୁ ଅପେକ୍ଷା । ତୃତୀୟ ଥର ପାଇଁ କେଜ୍ରିୱାଲଙ୍କ ହାତକୁ ଯିବ ଦିଲ୍ଲୀ । ରୋଡ଼୍ ସୋ’ କରିବା ପାଇଁ ଏକ ଖୋଲା ଜିପ୍ ପ୍ରସ୍ତୁତ କରାଯାଇଛି । ତେଣେ ଫଳାଫଳ ଆସିବା ପୂର୍ବରୁ ଆପ୍ କାର୍ଯ୍ୟାଳୟରେ ପହଞ୍ଚି ସାରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସମ୍ପୂର୍ଣ୍ଣ କାର୍ଯ୍ୟାଳୟକୁ ବେଲୁନରେ ସଜାଇଛନ୍ତି କାର୍ଯ୍ୟକର୍ତ୍ତା ।
ଟ୍ରେଣ୍ଡ ଅନୁସାରେ ଉଭୟ ଜାତୀୟ ଦଳ ଠାରୁ ଢ଼େରୁ ଆଗୁଆ ରହିଛି ଆପ୍ । ବର୍ତ୍ତମାନ ସୁଦ୍ଧା ମିଳିଥିବା ଫଳାଫଳରୁ ଆପ୍ ୪୯ଟି ଆସନରେ, ବିଜେପି ୨୧ଟି ଆସନ ଆଗୁଆ ଥିବା ଜଣାପଡ଼ିଛି । ମଧ୍ୟାହ୍ଣ ସୁଦ୍ଧା ଦିଲ୍ଲୀ କାହା ହାତକୁ ଯିବ ତାହା ସ୍ପଷ୍ଟ ହୋଇଯିବ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/aap-1.jpg)