ଅଜଣା ଜ୍ବରରେ ଆକ୍ରାନ୍ତ ହୋଇ ହରିୟାଣାର ୮ଜଣ ପିଲାଙ୍କ ମୃତ୍ୟୁ

ପଲବଲ: ଗତ ୧୦ଦିନ ମଧ୍ୟରେ ହରିୟାଣାର ପଲବଲ ଜିଲ୍ଲାର ଚିଲି ଗ୍ରାମରେ ଅଜଣା ଜ୍ୱରରେ ଆଠ ଜଣଙ୍କ ଜୀବନ ଯାଇଛି। ଡେଙ୍ଗୁ ଜ୍ୱର ଯୋଗୁଁ ଏହି ମୃତ୍ୟୁ ଘଟିଥିବା ଗ୍ରାମବାସୀ ଦାବି କରିଛନ୍ତି, କିନ୍ତୁ ସ୍ୱାସ୍ଥ୍ୟ ବିଭାଗ ଏହାର କାରଣ ଏପର୍ଯ୍ୟନ୍ତ ନିଶ୍ଚିତ କରିପାରି ନାହିଁ।

ଉତ୍ତରପ୍ରଦେଶର ଫିରୋଜାବାଦ ଜିଲ୍ଲାରେ ଘଟିଥିବା ଘଟଣା ପରି ଚିଲି ଗ୍ରାମରେ ମଧ୍ୟ ଶିଶୁମାନେ ଅଜଣା ଜ୍ୱରର ଶିକାର ହେଉଛନ୍ତି। ଗାଁ ସରପଞ୍ଚ ନରେଶ କହିଛନ୍ତି ଯେ ୫୦ରୁ ୬୦ପିଲା ଜ୍ୱରରେ ପୀଡିତ ଥିବାବେଳେ ଗତ ୧୦ ଦିନ ମଧ୍ୟରେ ୮ଜଣ ପିଲାଙ୍କର ମୃତ୍ୟୁ ଘଟିଛି। ଏବେ କିଛି ପିଲା ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

Mysterious fever in UP's Firozabad kills 33 kids, 7 adults | India News |  Zee News
Zee News

ଡେଙ୍ଗୁ, ମ୍ୟାଲେରିଆ ଏବଂ କୋଭିଡ -୧୯ ପାଇଁ ଶିଶୁମାନେ ଜ୍ୱରରେ ପଡୁଛନ୍ତି ନ ଏହା ପଛରେ ଆଉ କିଛି କାରଣ ରହିଛି, ସେ ନେଇ ସ୍ୱାସ୍ଥ୍ୟ ବିଭାଗ ଚିଲି ଗ୍ରାମକୁ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଦଳ ପଠାଇଛି। ଗ୍ରାମବାସୀ ଏହାକୁ ଡେଙ୍ଗୁ ବୋଲି କହୁଥିଲେ ବି ଡାକ୍ତରୀ ଦଳ ଏପର୍ଯ୍ୟନ୍ତ ଏହା ସ୍ପଷ୍ଟ କରିପାରିନାହାନ୍ତି |

ସମ୍ବନ୍ଧିତ ଖବର