ଭୋପାଳ: ଲୋକସଭା ନିର୍ବାଚନରେ ​୨୦୨୪ରେ ଦୁଇଟି ପର୍ଯ୍ୟାୟ ମତଦାନ ସମାପ୍ତ ହୋଇଛି। ଏପର୍ଯ୍ୟନ୍ତ ୧୩ ଟି ରାଜ୍ୟରେ ମତଦାନ ପ୍ରକ୍ରିୟା ଶେଷ ହୋଇଛି। ୨୦୧୯ ତୁଳନାରେ ଉଭୟ ପର୍ଯ୍ୟାୟରେ କମ୍ ଭୋଟିଂ ହୋଇଛି। ଏହା ପରେ ବିରୋଧୀମାନେ କ୍ରମାଗତ ଭାବେ କମ୍ ଭୋଟିଂ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଇତିମଧ୍ୟରେ ମଧ୍ୟପ୍ରଦେଶରେ ୧୨ଟି ଲୋକସଭା ଆସନରେ ମତଦାନ ଶେଷ ହୋଇଛି।
କମ୍ ଭୋଟ୍ ପରେ ଅମିତ ଶାହାଙ୍କ ବିବୃତ୍ତିର ଭିଡିଓ ସୋସିଆଲ ମିଡିଆରେ କ୍ରମାଗତ ଭାବେ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ ସେ କହୁଥିବାର ଦେଖିବାକୁ ମିଳୁଛି ଯେଉଁ ମନ୍ତ୍ରୀଙ୍କ ଅଞ୍ଚଳରେ କମ୍ ଭୋଟିଂ ହେବ ସେମାନଙ୍କୁ ମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡିପାରେ। ଏଭଳି ପରିସ୍ଥିତିରେ ବର୍ତ୍ତମାନ ୧୨ ଜଣ ମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରେ ୮.୫ ପ୍ରତିଶତ କମ୍ ଭୋଟିଂ ହୋଇଥିବା ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି।
ସୂଚନା ଅନୁଯାୟୀ, ହୋଶଙ୍ଗାବାଦ ଆସନରେ ଏପର୍ଯ୍ୟନ୍ତ ୬.୯୮ ପ୍ରତିଶତ କମ୍ ଭୋଟିଂ ହୋଇଛି। ଯେଉଁଥିରେ ଦୁଇ ଜଣ କ୍ୟାବିନେଟ୍ ଏବଂ ଜଣେ ରାଷ୍ଟ୍ରମନ୍ତ୍ରୀଙତ୍କ ମୁଣ୍ଡ ଉପରେ ଖଣ୍ଡା ଝୁଲୁଛି। ଡେପୁଟି ସିଏମ୍ ରାଜେନ୍ଦ୍ର ଶୁକ୍ଲାଙ୍କ ଗୃହ ନିର୍ବାଚନମଣ୍ଡଳୀ ରେୱାରେ ଗତଥର ତୁଳନାରେ ୧୦.୯୧ ପ୍ରତିଶତ କମ୍ ଭୋଟିଂ ହୋଇଛି। ପ୍ରହ୍ଲାଦ ପଟେଲଙ୍କ ନିର୍ବାଚନମଣ୍ଡଳୀରେ ୧୫.୨୪ ପ୍ରତିଶତ କମ୍ ଭୋଟ୍ ହୋଇଛି। ରାଓ ଉଦୟ ପ୍ରତାପ ସିଂଙ୍କ ନିର୍ବାଚନମଣ୍ଡଳୀରେ ୧୦.୪୨ ପ୍ରତିଶତ କମ୍ ଭୋଟିଂ ହୋଇଛି। ନରେନ୍ଦ୍ର ଶିବାଜୀ ପଟେଲଙ୍କ ନିର୍ବାଚନମଣ୍ଡଳୀରେ ୨୧.୩ ପ୍ରତିଶତ କମ୍ ଭୋଟିଂ ହୋଇଛି। ଏଥି ସହିତ ରେୱା ବିଧାନସଭା ଆସନରେ ୧୩.୫ ପ୍ରତିଶତ କମ୍ ଭୋଟ୍ ହୋଇଛି। ମନ୍ତ୍ରୀ ରାଧା ସିଂଙ୍କ ନିର୍ବାଚନମଣ୍ଡଳୀ ଚିତରଙ୍ଗୀରେ ୧୬.୦୯ ପ୍ରତିଶତ କମ୍ ଭୋଟିଂ ହୋଇଛି। ରାଜ୍ୟ ସଂସ୍କୃତି ମନ୍ତ୍ରୀ ଧର୍ମେନ୍ଦ୍ର ସିଂ ଲୋଧୀଙ୍କ ନିର୍ବାଚନମଣ୍ଡଳୀ ଜାବେରାରେ ୧୩.୧୮ ପ୍ରତିଶତ କମ୍ ଭୋଟିଂ ହୋଇଛି।
ଏହି ସମୟରେ ଦ୍ୱିତୀୟ ପର୍ଯ୍ୟାୟରେ ୯ ପ୍ରତିଶତ କମ୍ ଭୋଟିଂ ହୋଇଥିବାରୁ ବିଜେପି ସଭାପତି ଭି.ଡି ଶର୍ମା ନିର୍ବାଚନ ଆୟୋଗଙ୍କ ପାଖରେ ପହଞ୍ଚିଛନ୍ତି। ଏହି ସମୟରେ ସେ ନିଜ ଅଞ୍ଚଳ ଖଜୁରାହୋରେ କମ୍ ଭୋଟିଂ ନେଇ ନିଜର ଆଭିମୁଖ୍ୟ ଉପସ୍ଥାପନ କରିଛନ୍ତି। ଏହି ସମୟରେ ଭିଡି ଶର୍ମା ଏକ ବଡ ବିବୃତ୍ତି ଦେଇ କହିଛନ୍ତି ଡିଜି ଲକରର ଡକ୍ୟୁମେଣ୍ଟକୁ ବୈଧ ଭାବେ ଗ୍ରହଣ ନ କରାଯିବାରୁ ଭୋଟିଂ ହାର ହ୍ରାସ ପାଇଥିବାର ଦେଖାଯାଇଛି। ସେ ଦାବି କରିଛି ୫ ପ୍ରତିଶତ ଯୁବବର୍ଗ ଭୋଟ୍ ନ ଦେଇ ବୁଥ ଛାଡିଛନ୍ତି। ଏହି କାରଣରୁ ଭୋଟ୍ ପ୍ରତିଶତ ହ୍ରାସ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/9-6.jpg)