ଜମି ବିକି ବାନ୍ଧବୀଙ୍କୁ ପଠାଇଲେ ବିଦେଶ, ମିଳିଲା ଏମିତି ଧୋକା କାନ୍ଦୁଛନ୍ତି ଯୁବକ

ଚଣ୍ଡୀଗଡ଼: ନିଜର ମୂଲ୍ୟବାନ ଜମି ବିକି ବାନ୍ଧବୀଙ୍କୁ ବିଦେଶ ପଠାଇଲେ | ଆଉ ବାନ୍ଧବୀ ଏଭଳି କାରନାମା କଲେ ଯେ ଏବେ ପସ୍ତେଇ ହେଉଛନ୍ତି ଯୁବକ | ହରିୟାଣାର ସିର୍ସା ଜିଲ୍ଲାର ଏଲେନାବାଦରେ ଥିବା ବୁଦ୍ଧେମିଡି ଗାଁରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି | ମିଳିଥିବା ସୂଚନା ମୁତାବକ ଜଣେ ଯୁବକ ବିବାହ ପୂର୍ବରୁ ଜମି ବିକ୍ରୟ କରି ତାଙ୍କ ବାନ୍ଧବୀଙ୍କୁ ଅଷ୍ଟ୍ରେଲିଆ ପଠାଇଥିଲେ, ଯାହାଫଳରେ ପରେ ଉଭୟ ସେଠାରେ ରହିବେ। ପ୍ରାୟ ଦୁଇ ବର୍ଷ ପରେ, ବିଦେଶରୁ ଆସିବା ପରେ ଯୁବତୀ ଜଣକ ଯୁବକକୁ ବିବାହ କରିଥିଲା ସତ କିନ୍ତୁ ତା ପରେ ଯୁବକଙ୍କୁ ଧୋକା ଦେଇ ବିଦେଶକୁ ପଳାଇଯାଇଛନ୍ତି | ଯେତେବେଳେ ତାଙ୍କ ଏନେଇ ତାଙ୍କ ସ୍ୱାମୀ ଫୋନରେ କଥା ହୋଇଥିଲେ, ସେ କହିଥିଲେ ଯେ ଏସବୁ ମୋର ବିଦେଶ ଯିବା ଯୋଜନା ଥିଲା | ବର୍ତ୍ତମାନ ମୁଁ ବିଦେଶରେ ରହିବି ଏବଂ ମୋର ତୁମର ଆବଶ୍ୟକତା ନାହିଁ। ଏହି ମାମଲାରେ ବର୍ତ୍ତମାନ ଯୁବକଙ୍କ ମା, ତାଙ୍କ ବୋହୂ ଏବଂ ତାଙ୍କ ପିତାମାତାଙ୍କ ସମେତ ୪ଜଣଙ୍କ ବିରୋଧରେ ୨୬ ଲକ୍ଷ ଟଙ୍କା ଠକେଇ ମାମଲା ଦାୟର କରିଛନ୍ତି।

ରିପୋର୍ଟ ଅନୁଯାୟୀ ଅଭିଯୋଗକାରୀ ସୁଖଜିତ୍ କୌର କହିଛନ୍ତି ଯେ ଦୁଇ ବର୍ଷ ପରେ କର୍ଣ୍ଣଦିପ ବିଦେଶରୁ ଫେରିବା ପରେ ପୁଅ ଅଜମେର ସିଂଙ୍କ ସହ ବିବାହ କରିଥିଲେ। ବିବାହର ଏକ ସପ୍ତାହ ପରେ କର୍ଣ୍ଣଦିପ ବିଦେଶ ଫେରିଯିବାକୁ ଜିଦ୍ ଧରି କହିଥିଲେ ଯେ ସେ ଅଷ୍ଟ୍ରେଲିଆ ଯାଇ ଅଜମେର ସିଂଙ୍କୁ ମଧ୍ୟ ଡାକିବେ। ଏହା ପରେ ସେ କିଛି ନ ଜଣାଇ ବିଦେଶ ପଳାଇଲେ | ଏହାକୁ ନେଇ କର୍ଣ୍ଣଦିପଙ୍କ ସହ ଯୋଗାଯୋଗ କରିବାରୁ ସେ ଅଜମରଙ୍କୁ କହିଥିଲେ ଯେ ସେ ତାଙ୍କ ପିତାମାତାଙ୍କ ସହ ବିଦେଶ ଯିବାକୁ ଏହି ଷଡଯନ୍ତ୍ର କରିଛନ୍ତି। ବର୍ତ୍ତମାନ ସେ ବିଦେଶରେ ରହିବେ, ମୋର ତୁମର ଦରକାର ନାହିଁ |

ସୁଖଜିତ୍ କୌର କହିଛନ୍ତି ଯେ ୨୦୧୮ରେ ରାନିଆର କର୍ଣ୍ଣଦିପଙ୍କ ସହ ତାଙ୍କ ପୁଅ ଅଜମେର ସିଂଙ୍କର ପ୍ରସ୍ତାବ ପଡିଥିଲା । କର୍ଣ୍ଣଦିପ ଅଷ୍ଟ୍ରେଲିଆ ଯିବାକୁ ଚାହୁଁଥିଲେ। ଏହାକୁ ନେଇ କର୍ଣ୍ଣଦିପଙ୍କ ବାପଘର ପକ୍ଷରୁ କୁହାଯାଇଥିଲା ଯେ କର୍ଣ୍ଣଦିପଙ୍କୁ ବିଦେଶ ପଠାଯିବ, ଯାହାର ଖର୍ଚ୍ଚ ଶାଶୁଘର ଦ୍ୱାରା ଦେବାକୁ ପଡିବ। ସମସ୍ତେ ଏଥିରେ ସହମତ ହୋଇଥିଲେ। ପରେ, କର୍ଣ୍ଣଦିପ ଏବଂ ଅଜମେର୍ ଯେଉଁଠାରେ ରହିବାକୁ ଚାହାଁନ୍ତି ସେମାନେ ଏକାଠି ରହିବେ | ଏହାପରେ ଅଜମେର, କର୍ଣ୍ଣଦିପଙ୍କୁ ବିଦେଶ ପଠାଇବା ପାଇଁ ଜମି ବିକ୍ରି କରିଥିଲେ | ଆଉ ଜମି ବିକ୍ରିରୁ ମିଳିଥିବା ୨୬ ଲକ୍ଷ ଟଙ୍କା ସେ କର୍ଣ୍ଣଦିପଙ୍କୁ ଦେଇଥିଲେ | ହେଲେ ବିଦେଶ ଯିବା ପରେ ଏବେ ସେ ଆଉ ଧରାଛୁଆଁ ଦେଉନଥିବା ତାଙ୍କ ଶାଶୁ ଅଭିଯୋଗ କରିଛନ୍ତି |

ସମ୍ବନ୍ଧିତ ଖବର