ଗାଜା: ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍) ଗାଜାରେ ହମାସ ଆତଙ୍କୀ ସଂଗଠନର ବିଭିନ୍ନ ଠିକଣା ଓ ସୁଡ଼ଙ୍ଗରେ ଗତ ରାତିସାରା ବୋମାବର୍ଷା କରିଛି। ଏଥିରେ ଅତି କମ୍ରେ ୧୦୪ ଜଣ ପାଲେଷ୍ଟାଇନ ନାଗରିକ ନିହତ ହୋଇଥିବା ବେଳେ ଇସ୍ରାଏଲ ଆଜି ଯୁଦ୍ଧବିରତିକୁ ନେଇ ନୂଆ ସର୍ତ୍ତ ତଥା ତଥା ପ୍ରୟୋଗ ସଂପର୍କରେ ଘୋଷଣା କରିଛି। ହମାସକୁ ନିରସ୍ତ୍ରୀକରଣ ପାଇଁ ନିୟମିତ ବ୍ୟବଧାନରେ ଅପରେସନ ଜାରି ରହିବ, କିନ୍ତୁ ଏଥିରେ ଯୁଦ୍ଧବିରତି ସଂକ୍ରାନ୍ତ ସୁରକ୍ଷା ସର୍ତ୍ତକୁ ଧ୍ୟାନରେ ରଖାଯିବ ବୋଲି ଆଇଏଡିଏଫ୍ ସ୍ପଷ୍ଟ କରିଛି। ଗାଜା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଆଜି କୁହାଯାଇଛି ଯେ, ଗତରାତିରେ ହୋଇଥିବା ବୋମାମାଡ଼ ମୃତକଙ୍କ ମଧ୍ୟରେ ୪୬ ଜଣ ଶିଶୁ ଓ ୨୦ ଜଣ ମହିଳା ରହିଛନ୍ତି। ଯୁଦ୍ଧବିରତି ଲାଗୁ ପରଠାରୁ ଏହା ସବୁଠାରୁ ଭୀଷଣ ଆକ୍ରମଣ ଭାବେ ଚିହ୍ନିତ ହୋଇଛି।
ଯୁଦ୍ଧବିରତିର ନୂଆ ସର୍ତ୍ତ ଘୋଷଣା କଲା ଇସ୍ରାଏଲ
ଆପରାଧିକ ପଦକ୍ଷେପ: ହମାସ
ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ନିର୍ଦ୍ଦେଶକ୍ରମେ ଆଇଡିଏଫ୍ ଓ ଇସ୍ରାଏଲ ସୁରକ୍ଷା ସଂସ୍ଥା (ଆଇଏସ୍ଏ) ଗାଜାର ଦେଇର୍, ଅଲ୍-ବାଲାହ, ସବ୍ରା, ବୁରେଜ ଶରଣାର୍ଥୀ ଶିବିର, ନୁସେରାତ ଓ ଖାନ୍ ୟୁନିସରେ ୨୦ରୁ ଅଧିକ ହମାସ ଟାର୍ଗେଟ୍ ଉପରେ ଆକ୍ରମଣ କରିଛି। ଆଇଡିଏଫ୍ ଦାବି କରିଛି ଯେ, ଏଥିରେ ୩୦ ଜଣ ହମାସ ନେତା ନିହତ ହୋଇଛନ୍ତି। କିନ୍ତୁ ଆକ୍ରମଣ ସ୍ଥାନୀୟ ବାସଗୃହ ଓ ଶରଣାର୍ଥୀ ଶିବିରକୁ ଭୀଷଣ କ୍ଷତି ପହଞ୍ଚାଇଛି। ଅନେକ ଲୋକ ଧ୍ୱଂସସ୍ତୂପ ତଳେ ଫସି ରହିଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଇଛି। ଆଇଡିଏଫ୍ କହିଛି ଯେ ହମାସ ଯୁଦ୍ଧବିରତି ଉଲ୍ଲଂଘନ କରି ରାଫାର ନିୟନ୍ତ୍ରଣ ରେଖା ନିକଟରେ ଥିବା ଇସ୍ରାଏଲୀ ସୈନିକଙ୍କ ଉପରେ ଗୁଳିମାଡ଼ କରିଛି। ଏଥିରେ ଜଣେ ସୈନିକ ନିହତ ହୋଇଛନ୍ତି। ଏହାପରେ ସୁରକ୍ଷା ସ୍ଥିତି ସମୀକ୍ଷା କରାଯାଇଛି ତ୍ବରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ସୂଚନାଯୋଗ୍ୟ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟସ୍ଥତାରେ ଅକ୍ଟୋବର ୧୦ରେ ଆରମ୍ଭ ହୋଇଥିବା ଯୁଦ୍ଧବିରତି ପ୍ରକ୍ରିୟାରେ ପଣବନ୍ଦୀ ମୁକ୍ତି, ସହାୟତା ବୃଦ୍ଧି ଓ ଇସ୍ରାଏଲୀ ସେନା ପ୍ରତ୍ୟାହାର ପ୍ରମୁଖ ପଦକ୍ଷେପ ଥିଲା। ଆଜି ଟ୍ରମ୍ପ ଇସ୍ରାଏଲର ପ୍ରତିଶୋଧକୁ ସମର୍ଥନ କରି କହିଛନ୍ତି ଯେ ଇସ୍ରାଏଲର ସୈନିକଙ୍କୁ ହମାସ ହତ୍ୟା କରିଥିବାରୁ ଆଇଡିଏଫ୍ ଏହାର ପ୍ରତିଶୋଧ ନେଉଛି ଏବଂ ଏହା ଉଚିତ ପଦକ୍ଷେପ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/30/fhhfshfsxvbbxv-2025-10-30-00-33-15.jpg)