ଶ୍ରୀଲଙ୍କାରେ ସନ୍ଦିଗ୍ଧ ଇସ୍‌ଲାମିଷ୍ଟ୍‍ ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ; ୧୫ ନିହତ

କଲମ୍ବୋ: ଶ୍ରୀଲଙ୍କାର ପୂର୍ବ ଉପକୂଳରେ ସାରା ରାତି ଭୀଷଣ ଗୁଳି ବିନିମୟ ଚାଲିଥିବା ସ୍ଥଳରୁ ଛଅ ଜଣ ପିଲାଙ୍କ ସମେତ ୧୫ ଜଣଙ୍କ ଶବ ଉଦ୍ଧାର କରାଯାଇଛି ବୋଲି ଶନିବାର ଦିନ ଜଣେ ସାମରିକ ମୁଖପାତ୍ର କହିଛନ୍ତି।

ବାଟ୍ଟିକାଲୋଆ ସହରର ଦକ୍ଷିଣସ୍ଥିତ ଆମ୍ପରାର ସୈନ୍ତାମରୁତୁ ଠାରେ ଶୁକ୍ରବାର ସନ୍ଧ୍ୟାରେ ସନ୍ଦିଗ୍ଧ ଇସ୍‌ଲାମିଷ୍ଟ୍‍ ଆତଙ୍କବାଦୀ ଏବଂ ସୈନ୍ୟଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଥିଲା।

ଗୁଳିକାଣ୍ଡ ପରେ ନିହତ ହୋଇଥିବା ୧୫ ଜଣଙ୍କ ମୃତବ୍ୟକ୍ତିଙ୍କ ମଧ୍ୟରେ ତିନି ଜଣ ସନ୍ଦିଗ୍ଧ ଆତ୍ମଘାତୀ ବୋମା ବିସ୍ଫୋରଣକାରୀ ଥିବା କଥା ଜଣେ ପୁଲିସ ମୁଖପାତ୍ର କହିଛନ୍ତି।

ସାମରିକ ମୁଖପାତ୍ର ସୁମିତ ଅଟାପଟ୍ଟୁ ଏକ ବିବୃତିରେ କହିଛନ୍ତି ଯେ ସୈନିକମାନେ ଗୁପ୍ତଗୃହ ନିକଟକୁ ଅଗ୍ରସର ହେବାରୁ ତିନୋଟି ବିସ୍ଫୋରଣ ଘଟିଲା ଏବଂ ଗୁଳି ବିନିମୟ ଆରମ୍ଭ ହେଲା।

ସନ୍ଦିଗ୍ଧ ଆତଙ୍କବାଦୀମାନେ ନେସ୍‌ନାଲ୍‌ ତାଓହୀଦ୍‌ ଜମାତ୍‌ର ସଦସ୍ୟମାନେ ହୋଇଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି। ଇସ୍‌ଲମିକ୍‌ ଷ୍ଟେଟ୍‌ ସଂଗଠନ ସହ ସମ୍ପୃକ୍ତ ୧୪୦ ଜଣ ବ୍ୟକ୍ତିଙ୍କୁ ପୁଲିସ ଠାବ କରିବାକୁ ଉଦ୍ୟମ କରୁଛି।

ସମ୍ବନ୍ଧିତ ଖବର