ଦିଲ୍ଲୀରେ ପଞ୍ଚମ ମଙ୍କିପକ୍ସ ମାମଲା

ନୂଆଦିଲ୍ଲୀ: ଦିଲ୍ଲୀରେ ପଞ୍ଚମ ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଛି। ନାଇଜେରିଆରୁ ଫେରିଥିବା ଜଣେ ୨୨ ବର୍ଷୀୟା ଆଫ୍ରିକୀୟ ମହିଳା ମଙ୍କିପକ୍ସ ଆକ୍ରାନ୍ତ ହୋଇ ଏଲଏନଜେପି (ଲୋକ ନାୟକ ଜୟ ପ୍ରକାଶ ନାରାୟଣ) ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ମହିଳା ଜଣଙ୍କ ଗତ ମାସରେ ନାଇଜେରିଆ ଗସ୍ତ କରିଥିଲେ। ମଙ୍କିପକ୍ସ ଲକ୍ଷଣ ଦେଖାଦେବା ପରେ ମହିଳାଙ୍କୁ ଗତ ୨ ଦିନ ହେବ ଏଲଏନଜେପିରେ ଭର୍ତ୍ତି କରାଯାଇଥିଲା। ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି। ଉକ୍ତ ମହିଳା ଜଣଙ୍କ ଦିଲ୍ଲୀରୁ ଦ୍ବିତୀୟ ମହିଳା ଭାବେ ମଙ୍କିପକ୍ସ ଆକ୍ରାନ୍ତ ହୋଇଛନ୍ତି। ଏହା ଦେଶରେ ଦଶମ ମଙ୍କିପକ୍ସ ମାମଲା। ଏଲଏନଜେପି ହସ୍ପିଟାଲର ଡା ସୁରେଶ କୁମାର କହିଛନ୍ତି , ଏକ ଡାକ୍ତରୀ ଦଳ ଏହି ରୋଗୀଙ୍କର ଚିକିତ୍ସା କରୁଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଦିଲ୍ଲୀରେ ୨ ମହିଳାଙ୍କ ସମେତ ୪ ଜଣ ମଙ୍କିପକ୍ସରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ଜଣେ ରୋଗୀ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇ ସାରିଛନ୍ତି।

ସମ୍ବନ୍ଧିତ ଖବର