ନୂଆଦିଲ୍ଲୀ : ଫ୍ରାନ୍ସ‌ରେ ଏବେ କରୋନା ମହାମାରୀର ପଞ୍ଚମ ଲହର। ଏବେ ଫ୍ରାନ୍ସରେ ଦୈନିକ ସଂକ୍ରମଣ ୭୦ ହଜାର ଥିବାବେଳେ ଆଗକୁ ମାମଲା ପ୍ରାୟ ୧ଲକ୍ଷ ରହିବ ବୋଲି ଫ୍ରାନ୍ସ ସ୍ବାସ୍ଥ୍ୟ ମନ୍ତ୍ରୀ ଅଲିଭିୟର ଭେରାନ କହିଛନ୍ତି । ଜାନୁଆରି ପ୍ରାରମ୍ଭ ସୁଦ୍ଧା ଫ୍ରାନ୍ସରେ ଓମିକ୍ରନ୍‌ ପ୍ରଜାତି ଏକ ପ୍ରଭାବଶାଳୀ ପ୍ରଜାତି ହେବ। ଡିସେମ୍ବର ୨୧ରେ ଫ୍ରାନ୍ସରେ ୭୨,୮୩୨ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ୨୧୦ ଜଣଙ୍କ ମୃତ୍ୟୁ ହୋଇଛି। ଫ୍ରାନ୍ସରେ ମୋଟ୍‌ ସଂକ୍ରମଣ ମାମଲା ୮,୭୧୩,୭୫୬ ଏବଂ କ‌ରୋନା ମୃତ୍ୟୁସଂଖ୍ୟା ୧୨୧,୯୪୬ ରହିଛି। ଅନ୍ୟପକ୍ଷେ ବିଶ୍ବରେ ମୋଟ୍‌ ସଂକ୍ରମଣ ମାମଲା ୨୭୬,୬୮୧,୬୮୬ ଏବଂ କରୋନା ମୃତ୍ୟୁସଂଖ୍ୟା ୫,୩୮୮,୦୫୦ ରହିଛି। ଆମେରିକାରେ ମୋଟ୍‌ ସଂକ୍ରମିତଙ୍କ ୫୨,୨୫୩,୮୪୮ ଥିବାବେଳେ ମୃତ୍ୟୁସଂଖ୍ୟା‌ ୮୩୦,୯୯୦ରେ ପହଞ୍ଚିଛି।

Advertisment

publive-image The Economic Times

ଆମେରିକାରେ ହାରାହାରି ଆୟୁଷ କମିଲା, ୭୫ ବର୍ଷରେ ସର୍ବନିମ୍ନ
ୱାସିଂଟନ୍ : ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର (ସିଡିସି)ର ତଥ୍ୟ ଅନୁଯାୟୀ ୨୦୨୦ରେ କୋଭିଡ୍-୧୯ ମହାମାରୀ ଯୋଗୁ ଆମେରିକାରେ ଜୀବନ ସମ୍ଭାବ୍ୟତା ୭୫ ବର୍ଷ ତଳକୁ ଖସିଯାଇଛି। ହୃଦ୍‌ରୋଗ ଏବଂ କର୍କଟ ତଳକୁ କରୋନାଭାଇରସ୍ ଦ୍ବାରା ସୃଷ୍ଟ ଏହି ରୋଗ ୨୦୨୦ରେ ମୃତ୍ୟୁର ତୃତୀୟ ପ୍ରମୁଖ କାରଣ ଥିଲା ବୋଲି ସିଡିସି ବୁଧବାର ଏକ ରିପୋର୍ଟରେ ପ୍ରକାଶ କରିଛି। ୨୦୨୦ ପୂର୍ବରୁ ଆମେରିକାରେ ହାରାହାରି ଆୟୁ ୭୮.୮ ବର୍ଷ ରହିଥିଲା

ମୋଟ ଉପରେ ହାରାହାରି ଆୟୁ ୭୭ ବର୍ଷକୁ ହ୍ରାସ ପାଇଛି, ଯାହା ୨୦୧୯ ତୁଳନାରେ ୧.୮ ବର୍ଷ କମ୍। ଏଜେନ୍ସି ରିପୋର୍ଟ ଅନୁଯାୟୀ, କୋଭିଡ୍-୧୯, ଦୁର୍ଘଟଣା, ହୃଦ୍‌ଘାତ, ହତ୍ୟା ଓ ମଧୁମେହ କାରଣରୁ ମୃତ୍ୟୁହାର ବୃଦ୍ଧି ହେତୁ ହାରାହାରି ଆୟୁଷ ହ୍ରାସ ପାଇଛି।

ଗତ ବର୍ଷ ଆମେରିକାରେ ପ୍ରାୟ ୩.୪ ନିୟୁତ ମୃତ୍ୟୁ ପଞ୍ଜୀକୃତ ହୋଇଥିଲା, ଯାହା ୨୦୧୯ ତୁଳନାରେ ପ୍ରାୟ ୫୨୯,୦୦୦ ଅଧିକ ବୋଲି ସିଡିସି କହିଛି। ୧୦ ପ୍ରତିଶତ ମୃତ୍ୟୁର ଅନ୍ତର୍ନିହିତ କାରଣ ଭାବେ କୋଭିଡ୍-୧୯କୁ ନିଆଯାଇଛି। ୩୫ରୁ ୪୪ ବର୍ଷ ବୟସ୍କଙ୍କ ମୃତ୍ୟୁହାର ୨୫% ବୃଦ୍ଧି ପାଇ ଏକ ଲକ୍ଷରେ ୨୪୮ ମୃତ୍ୟୁ ହୋଇଛି। ହିସ୍ପାନିକ୍ (ସ୍ପେନୀୟ ଆମେରିକାନ୍) ପୁରୁଷଙ୍କ କ୍ଷେତ୍ରରେ ମୃତ୍ୟୁହାର ସର୍ବାଧିକ ୪୨.୭ ପ୍ରତିଶତ ଏବଂ ହିସ୍ପାନିକ୍ ମହିଳାଙ୍କ କ୍ଷେତ୍ରରେ ୩୨.୪ ପ୍ରତିଶତ ବୃଦ୍ଧି ପାଇଛି। ଅଣ-ହିସ୍ପାନିକ୍ କୃଷ୍ଣକାୟ ପୁରୁଷଙ୍କ କ୍ଷେତ୍ରରେ ୨୮.୦ ପ୍ରତିଶତ ଏବଂ ଅଣ-ହିସ୍ପାନିକ୍ କୃଷ୍ଣକାୟ ମହିଳାଙ୍କ କ୍ଷେତ୍ରରେ ୨୪.୯ ପ୍ରତିଶତ ମୃତ୍ୟୁହାର ବୃଦ୍ଧି ପାଇଛି। ଅଣ-ହିସ୍ପାନିକ୍ ଶ୍ବେତକାୟ ପୁରୁଷଙ୍କ ପାଇଁ ଏହା ୧୩.୪ ପ୍ରତିଶତ ଏବଂ ଅଣ-ହିସ୍ପାନିକ୍ ଶ୍ବେତକାୟ ମହିଳାଙ୍କ ପାଇଁ ୧୨.୧ ପ୍ରତିଶତ ବୃଦ୍ଧି ପାଇଛି।