ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ୍ ମହାମାରୀ ବିପଦ ବଢ଼ୁଥିବାରୁ ଏବେ ଏହାର ମୁକାବିଲା ପାଇଁ ଭାରତୀୟ ସେନା ସଂପୂର୍ଣ୍ଣ ତୟାର ରହିଛି। କରୋନା ମୁକାବିଲା ପାଇଁ ଚିକିତ୍ସା ଉପକରଣ ପରିବହନ ନିମନ୍ତେ ବାୟୁସେନାର ପରିବହନ ବିମାନଗୁଡ଼ିକୁ ତୟାର ରଖାଯାଇଛି। ଯୁଦ୍ଧପୋତଗୁଡ଼ିକୁ ମଧ୍ୟ ଯେ କୌଣସି ସମୟରେ ମୁତୟନ ରହଲର୍ଟରେ ରଖାଯାଇଛି। ଏହା ସହିତ ସେନାର ୮୫୦୦ ଡାକ୍ତର ଜରୁରୀ ପରିସ୍ଥିତିରେ ଲୋକଙ୍କୁ ସେବା ଯୋଗାଇବାକୁ ସଂପୂର୍ଣ୍ଣ ପ୍ରସ୍ତୁତ ଥିବା ପ୍ରତିରକ୍ଷା ମନ୍ତ୍ରାଳୟ ସୂତ୍ରରୁ ଜଣାପଡ଼ିଛି। ଦେଶବ୍ୟାପୀ ଏବେ ଜରୁରୀ ମେଡିକାଲ ସାମଗ୍ରୀ ପହଞ୍ଚାଇବା କାମ ତ୍ବରାନ୍ବିତ ହୋଇଛି ଏବଂ ଏଥିରେ ବାୟୁସେନା ମୁଖ୍ୟ ଭୂମିକା ନିର୍ବାହ କରୁଛି। ମେଡିକାଲ ଟିମ୍ ଦ୍ବାରା ଟେଷ୍ଟ କରାଯାଇଥିବା ନମୁନା ମଧ୍ୟ ତତ୍କାଳ ପହଞ୍ଚାଇବା ପାଇଁ ବାୟୁସେନାର ଛୋଟ ବିମାନଗୁଡ଼ିକୁ ବ୍ୟବହାର କରାଯାଉଛି ।
କରୋନା ବିରୋଧରେ ଯୁଦ୍ଧ : ଯୁଦ୍ଧପୋତ, ବିମାନ ଆଲର୍ଟ
/sambad/media/post_attachments/wp-content/uploads/2020/04/home_banner_1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)