ନୂଆଦିଲ୍ଲୀ: କରୋନା ଭାଇରସ୍ ମୁକାବିଲା ପାଇଁ ଭାରତରେ ଅଧିକରୁ ଅଧିକ କଟକଣା ଜାରି କରାଯାଇଛି। ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପୁଥିବାରୁ ରାଜ୍ୟ ସରକାରମାନେ ମଧ୍ୟ କଠୋର କଟକଣା ଲାଗୁ କରିଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଦ୍ବାରା କରୋନା ମୁକାବିଲା ଦିଗରେ ନୂଆ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ୬୫ ବର୍ଷରୁ ଅଧିକ ବୟସର ନାଗରିକ ଏବଂ ୧୦ବର୍ଷରୁ କମ୍ ବୟସର ଶିଶୁଙ୍କୁ ଘରେ ରହିବାପାଇଁ ସ୍ବାସ୍ଥ୍ୟ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ସରକାର ଆଜି ଏକ ନିର୍ଦ୍ଦେଶ ଜାରି କରି ସମସ୍ତ ବିଭାଗ ଏବଂ ରାଜ୍ୟ ପରିଚାଳିତ କମ୍ପାନିଗୁଡ଼ିକର ୫୦ ପ୍ରତିଶତ କର୍ମଚାରୀଙ୍କୁ ଘରୁ କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଅନ୍ୟ କର୍ମଚାରୀମାନଙ୍କ ପାଇଁ ଏପ୍ରିଲ ୪ ତାରିଖ ପର୍ଯ୍ୟନ୍ତ ଅଫିସ୍ କାର୍ଯ୍ୟ ସମୟ କମାଇବା ପାଇଁ କୁହାଯାଇଛି। କରୋନା ମୁକାବିଲା ପାଇଁ ଏହି ପଦକ୍ଷେପ ଗ୍ରହଣ ହୋଇଛି। ଯାତ୍ରୀ ପରିବହନ ବନ୍ଦ ଦୃଷ୍ଟିରୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ମାର୍ଚ୍ଚ ୨୨ରୁ ସପ୍ତାହେ ପର୍ଯ୍ୟନ୍ତ ଭାରତରେ କୌଣସି ଅନ୍ତର୍ଜାତୀୟ ବିମାନ ଅବତରଣ କରିବ ନାହିଁ ବୋଲି ଘୋଷଣା କରାଯାଇଛି।
ବରିଷ୍ଠ ନାଗରିକ, ୧୦ ବର୍ଷରୁ କମ୍ ଶିଶୁଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ
ମାର୍ଚ୍ଚ ୩୧ ପର୍ଯ୍ୟନ୍ତ କାଶ୍ମୀରରେ ବସ୍ ଓ ଟ୍ରେନ୍ ସେବା ବାତିଲ
୫୦% କର୍ମଚାରୀଙ୍କୁ ଘରୁ କାମ କରିବାକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ
ମାର୍ଚ୍ଚ ୨୨-୨୯ ପର୍ଯ୍ୟନ୍ତ ଭାରତରେ ଅନ୍ତର୍ଜାତୀୟ ବିମାନ ଅବତରଣ କରିବନି
ମହାରାଷ୍ଟ୍ରରେ ଲୋକଙ୍କୁ ଘରୁ ନ ବାହାରିବାକୁ କହିଲେ ମୁଖ୍ୟମନ୍ତ୍ରୀ
ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭୩କୁ ବୃଦ୍ଧି ପାଇଥିବା ବେଳେ ମହାରାଷ୍ଟ୍ର ସବୁଠୁ ଅଧିକ ପ୍ରଭାବିତ ହୋଇଛି। ମହାରାଷ୍ଟ୍ରରେ ୪୯ ଜଣ କରୋନା ଭାଇରସ୍ ଆକ୍ରାନ୍ତ ହୋଇଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ଆଜି ରାଜ୍ୟର ଲୋକମାନଙ୍କୁ ଅନୁରୋଧ କରି ଘରୁ ନବାହାରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆଜି ରାଜ୍ୟବାସୀଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଲୋକମାନଙ୍କୁ ଘରୁ ନ ବାହାରିବା ପାଇଁ କହିଛନ୍ତି। ମୁଖ୍ୟମନ୍ତ୍ରୀ ମଧ୍ୟ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସେ କଥା ହୋଇଛନ୍ତି ଏବଂ କରୋନା ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି। ଅନ୍ୟପକ୍ଷେ କରୋନା ମୁକାବିଲା ଦିଗରେ ପଂଜାବ ସରକାର ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଶୁକ୍ରବାର ମଧ୍ୟରାତ୍ରିରୁ ସରକାର ସମସ୍ତ ଯାତ୍ରୀ ପରିବହନ ତଥା ବସ୍, ଟେମ୍ପୋ, ଅଟୋ ରିକ୍ସା ଚଳାଚଳ ବନ୍ଦ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/03/fhk4fhjk7fh98j7fg98j7g98j7gd89j7dg98jdgjdgjdgjgjjgdgjgjd.jpg)