କରୋନାଭାଇରସ୍ ଚିକିତ୍ସା ନିମନ୍ତେ ଆମେରିକାରେ ୧୦ଟି ଔଷଧର ଡାକ୍ତରୀ ପରୀକ୍ଷା ଚାଲିଛି: ରାଷ୍ଟ୍ରପତି ଟ୍ରମ୍ପ୍

ୱାସିଂଟନ୍: ଦ୍ରୁତ ଗତିରେ ସଂକ୍ରମଣ ହେଉଥିବା କରୋନାଭାଇରସ୍ ମହାମାରୀର ଚିକିତ୍ସା ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରାୟ ୧୦ ପ୍ରକାରର ଔଷଧ ଉପରେ ପରୀକ୍ଷା ଚାଲିଥିବା କଥା ରାଷ୍ଟ୍ରପତି ଟ୍ରମ୍ପ୍ କହିଛନ୍ତି ।

କୌଣସି ଟିକା କିଂବା ଔଷଧ ନ ଥିବାରୁ କରୋନାଭାଇରସ୍ ବିଶ୍ୱରେ ୮୮, ୫୦୦ ଲୋକଙ୍କର ମୃତ୍ୟୁର କାରଣ ହେବା ସହ ପ୍ରାୟ ୧. ୫ ନିୟୁତ ଲୋକଙ୍କୁ ସଂକ୍ରମିତ କରିଛି । କେବଳ ଯୁକ୍ତରାଷ୍ଟ୍ର ଆମେରିକାରେ ୪. ୩ ଲକ୍ଷ ଜନତା ଏଥିରେ ସଂକ୍ରମିତ ହୋଇଥିବା ବେଳେ ୧୪, ୭୦୦ ଜଣଙ୍କର ମୃତ୍ୟୁ ଘଟିଲାଣି ।

ଦୈନିକ କରୋନାଭାଇରସ୍ ସାମ୍ବାଦିକ ସମ୍ମିଳନୀରେ ବୁଧବାର ଦିନ ଟ୍ରମ୍ପ୍ କହିଛନ୍ତି ଯେ ସହାୟତା କରିବାକୁ ଆମେରିକୀୟ ଶିଳ୍ପଗୁଡ଼ିକ ଭଳି ଆମେରିକୀୟ ଡାକ୍ତର ଏବଂ ବୈଜ୍ଞାନିକମାନେ ମଧ୍ୟ ଅଗ୍ରସର ହେଉଛନ୍ତି । ଦଶ ପ୍ରକାର ଔଷଧର ଡାକ୍ତରୀ ପରୀକ୍ଷା ଚାଲିଛି । ଅବିଳମ୍ବେ ନୂତନ ଔଷଧ ଓ ଚିକିତ୍ସା ଯୋଗାଇ ଦେବାକୁ ମୋ ପ୍ରଶାସନ ଅଭୂତପୂର୍ବ ପଦକ୍ଷେପ ଗ୍ରହଣ କରିଛି ।

ଡାକ୍ତର, ଲ୍ୟାବ୍ ଟେକ୍ନିସିଆନ୍ ଓ କମ୍ପାନିମାନେ ନୂଆ ନୂଆ ଜିନିଷ ବାହାର କରୁଥିବାରୁ ମୁଁ ଆଶା କରୁଛି ନିକଟ ଭବିଷ୍ୟତ ଖୁବ୍ ଗୁରୁତ୍ୱପୂର୍ଣ୍ଣ ହେବ ।

ସମ୍ବନ୍ଧିତ ଖବର