ନୂଆଦିଲ୍ଲୀ : କୋଭିଡ୍-୧୯ ବିଶ୍ୱମହାମାରୀର ମୁକାବିଲା ପାଇଁ କର୍ତ୍ତବ୍ୟରତ ଥିବା ଦେଶର ମୁଖ୍ୟସ୍ରୋତର ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ଅଧିକାରୀ, କର୍ମଚାରୀଙ୍କ ବଦଳରେ ଏକ ବୃହତ୍ତର ଲୋକବଳଙ୍କୁ କର୍ମନିଯୁକ୍ତ କରିବାକୁ ସରକାର ଯୋଜନା କରୁଛନ୍ତି। ଏଥିପାଇଁ ସେଇନୂଆ ଲୋକବଳଙ୍କୁ ଅନ୍ଲାଇନ୍ ମାଧ୍ୟମରେ ପ୍ରଶିକ୍ଷଣ ଦିଆଯିବ। ଏହି ମହାମାରୀ ଭାରତରେ ଧୀରେ ଧୀରେ ତା’ର କାୟାବିସ୍ତାର କରୁଥିବାରୁ ଏବେ ଦେଶର ଛାମୁଆ କର୍ମଚାରୀ ବାହିନୀ ହିଁ ଦେଶରେ କୋଭିଡ୍ ରିଲିଫ୍ କାର୍ଯ୍ୟରେ ନିଯୁକ୍ତ ଅଛନ୍ତି ଏବଂ ବଢ଼ିଆ କାମ କରୁଛନ୍ତି। ତେବେ ପରବର୍ତ୍ତୀ ପର୍ଯ୍ୟାୟଗୁଡ଼ିକରେ ସଂକ୍ରମିତଙ୍କ ସଂଖ୍ୟା ବହୁଗୁଣିତ ହେଉଥିବାରୁ ତହିଁର ମୁକାବିଲା ପାଇଁ ନୂଆ ଲୋକବଳଙ୍କୁ କାର୍ଯ୍ୟରେ ଲଗାଇବା ପାଇଁ ବ୍ୟବସ୍ଥା କରାଯାଉଛି। ଏଥିପାଇଁ ପ୍ରଶିକ୍ଷଣ ଆବଶ୍ୟକତା ପୂରଣ କରିବାକୁ କାର୍ମିକ ମନ୍ତ୍ରଣାଳୟ ଏକ ଆଦେଶନାମା ଜାରିକରି ସମନ୍ୱିତ ସରକାରୀ ଅନ୍ଲାଇନ୍ ପ୍ରଶିକ୍ଷଣ (ଆଇଜିଓଟି) ମଞ୍ଚକୁ କ୍ରିୟାଶୀଳ କରିଛନ୍ତି।
ଏହି ମଞ୍ଚରେ ପ୍ରଶିକ୍ଷଣ ପାଠ୍ୟକ୍ରମ ମଧ୍ୟ ଅନୁକୁଳ ହୋଇଅଛି। ଏଥିରେ ଡାକ୍ତର, ସେବିକା, ପାରାମେଡିକ୍ସ, ସ୍ୱାସ୍ଥ୍ୟକର୍ମୀ, ଟେକ୍ନିସିଆନ୍, ଏଏନ୍ଏମ୍, ରାଜ୍ୟ ସରକାରଙ୍କ ଅଧିକାରୀ ଓ ସିଭିଲ୍ ଡିଫେନ୍ସ କର୍ମକର୍ତ୍ତାମାନଙ୍କ ପାଇଁ ପାଠ୍ୟକ୍ରମ ଚାଲୁ କରାଯାଇଛି। ଏହି ଅଧିକାରୀ ଓ କର୍ମଚାରୀମାନେ ସଂପୃକ୍ତ ପାଠ୍ୟକ୍ରମଗୁଡ଼ିକର ଜ୍ଞାନ ଓ ଦକ୍ଷତା ହାସଲ କଲା ପରେ ଏ ବିଶ୍ୱମହାମାରୀକୁ ମୁକାବିଲା କରିବାରେ ଦେଶର ବିଭିନ୍ନ ଅଞ୍ଚଳରେ କାର୍ଯ୍ୟରତ ହୋଇପାରିବେ ବୋଲି ଆଦେଶନାମାରେ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/03/corona_7_20200321_667_1000_571_855.jpg)