ଏନ୍‌ଡିଏରେ ଆସନ ଭାଗବଣ୍ଟା ବିବାଦ ତେଜୁଛି

ବିଜେପି-ଜେଡିୟୁ ଫର୍ମୁଲାକୁ ପ୍ରତ୍ୟାଖ୍ୟାନ

ନୂଆଦିଲ୍ଲୀ: ବିହାରରେ ବିଜେପି ଏବଂ ଜେଡିୟୁ ସମାନ ସଂଖ୍ୟକ ଆସନରେ ଲଢ଼ିବା ପାଇଁ ଘୋଷଣା କରିବା ପରେ ଏନ୍‌ଡିଏରେ ବିବାଦ ବଢ଼ିବାରେ ଲାଗିଛି। ଏନ୍‌ଡିଏର ସହଯୋଗୀ ଦଳ ଏଲ୍‌ଜେପି ଏବଂ ଆର୍‌ଏଲ୍‌ଏସ୍‌ପି ଏହି ନିଷ୍ପତ୍ତିକୁ ଜୋର୍‌ଦାର ବିରୋଧ କରିବା ଆରମ୍ଭ କରିଛନ୍ତି। ୨୦୧୪ ନିର୍ବାଚନ ବେଳେ ଯେତିକି ଆସନ ପାଇଥିଲେ ସେତିକି ଆସନରେ ଲଢ଼ିବାକୁ ଉଭୟ ଦଳ ଦାବି ଉପସ୍ଥାପନ କରିଛନ୍ତି। ମୋଟ ୪୦ ଲୋକସଭା ଆସନରୁ ବିଜେପି ଏବଂ ଜେଡିୟୁ ୩୪ ଆସନରୁ ଲଢ଼ିପାରନ୍ତି ବୋଲି କଳ୍ପନାଜଳ୍ପନା ଚାଲିଥିବା ବେଳେ ଏହାକୁ କୌଣସି ପରିସ୍ଥିତିରେ ଗ୍ରହଣ କରାଯିବ ନାହିଁ ବୋଲି ଆରଏଲ୍‌ଏସ୍‌ପି ନେତା ଉପେନ୍ଦ୍ର କୁଶୱାହ କହିଛନ୍ତି। ଜେଡିୟୁ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହ ଏବେ କୁଶୱାହଙ୍କ ସଂପର୍କ ତିକ୍ତ ହୋଇଉଠିଥିବା ବେଳେ ଏଲ୍‌ଜେପି ମଧ୍ୟ ବିଜେପିର ଆଭିମୁଖ୍ୟକୁ ବିରୋଧ କରିଛି।

ସମ୍ବନ୍ଧିତ ଖବର